ପ୍ରତିଷ୍ଠା ଦିବସରେ ଏଏସଆଈ ଦୁର୍ଯ୍ୟୋଧନ ଓ ହାବିଲଦାର ଦିଲ୍ଲୀପ ସମ୍ବର୍ଦ୍ଧିତ

ଭଞ୍ଜନଗର ୦୨/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ପୁଲିସ ଜିଲ୍ଲା ପକ୍ଷରୁ ବୁଧବାର ସ୍ଥାନୀୟ ରିଜର୍ଭ ପଡ଼ିଆ ଠାରେ ୯୧ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ ପାତ୍ର ଯୋଗଦେଇ ତାରାସିଂ ଥାନାର ଏଏସ୍ ଆଇ ଦୁର୍ଯ୍ୟୋଧନ ବେହେରା ଏବଂ ଭଞ୍ଜନଗର ଥାନାର ହାବିଲଦାର ଦିଲ୍ଲୀପ କୁମାର ରାଉତଙ୍କୁ ଶ୍ରେଷ୍ଠ ଏଏସ୍ ଆଇ ଓ ହାବିଲଦାର ଭାବେ ସମ୍ବର୍ଦ୍ଧିତ କରିବା ସହ ଅର୍ଥ ରାଶି ପ୍ରଦାନ କରିଥିଲେ।