ଚାଷୀ ନେତା କମ୍ରେଡ ପ୍ରକାଶ ମଲ୍ଲିକ ଙ୍କୁ ଅବିଳମ୍ବେ ବିନା ସର୍ତ୍ତରେ ଖଲାସ କରିବା ପାଇଁ ଦାବି

ଯାଜପୁର (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି, ଓଡିଶା ଟୁଡେ): ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚ ର ଉପ-ସଭାପତି ତଥା ଏ.ଆଇ.କେ.କେ.ଏମ.ଏସ.ର ସର୍ବଭାରତୀୟ ନେତା କମ୍ରେଡ ପ୍ରକାଶ ମଲ୍ଲିକ ଙ୍କୁ ଗତ ୩୧ ମାର୍ଚ୍ଚ ୨୦୨୬ ଦିନ ରାତିରେ ପୋଲିସ ଅନ୍ୟାୟ ଭାବେ ସମସ୍ତ ଗଣତାନ୍ତ୍ରିକ ଓ ନାଗରିକ ଅଧିକାରକୁ ପାଦରେ ଦଳିଦେଇ ଗିରଫ କରିଛି । ଏଠାରେ ସୂଚନା ଦିଆଯାଇ ପାରେ ଯେ ବି.ଜେ.ପି. ସରକାର କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକରେ ବଳପୂର୍ବକ ଚାଷ ଜମି ଦଖଲ କରି ଜିନ୍ଦଲ ପୋସ୍କୋ କମ୍ପାନୀ କୁ ହସ୍ତାନ୍ତରିତ କରିବା ପାଇଁ ଉଦ୍ୟମ କରୁଛନ୍ତି। ଏହାର ବିରୁଦ୍ଧରେ ଲୋକମାନେ ନିଜର ଭିଟା ମାଟି ରକ୍ଷା ପାଇଁ ଯେଉଁ ଆନ୍ଦୋଳନ କରୁଛନ୍ତି,ତାକୁ ନେତୃତ୍ୱ ଦେଉଥିବା ନେତା କମ୍ରେଡ ପ୍ରକାଶ ମଲ୍ଲିକଙ୍କ ଉପରେ ଏହିଭଳି ପୋଲିସ ଓ ବି.ଜେ.ପି. ସରକାରଙ୍କ ଦମନମୁଳକକାର୍ଯ୍ୟ କୁ ଏ.ଆଇ.କେ.କେ.ଏମ.ଏସ.( AIKKMS) ତୀବ୍ର ନିନ୍ଦା କରିବା ସଙ୍ଗେ ସଙ୍ଗେ ତୁରନ୍ତ ପ୍ରକାଶ ମଲ୍ଲିକଙ୍କୁ ବିନା ସର୍ତ୍ତରେ ଖଲାସ କରିବା,ସମସ୍ତ ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରିବା, ଗାଁ ଗାଁ ରେ ଚାଲିଥିବା ପୋଲିସ ଜୁଲୁମ୍ ବନ୍ଦ କରିବା ,ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠା ବନ୍ଦ କରିବା ପାଇଁ ଦାବି କରି ଆଜି ସାରା ଓଡିଶା ପ୍ରତିବାଦ ଦିବସ ପାଳନ ଉପଲକ୍ଷେ ଯାଜପୁର ରୋଡ ଠାରେ ପ୍ରତିବାଦ ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ ହୋଇଯାଇଛି।ଏ.ଆଇ.କେ.କେ.ଏମ.ଏସ ର ଜିଲ୍ଲା ସଭାପତି ଚୈତନ୍ୟ ସାହୁ ଙ୍କ ସଭାପତିତ୍ବ ରେ ଗୋପବନ୍ଧୁ ଛକ ଠାରେ ପ୍ରତିବାଦ ସଭା ରେ ସୁରେଶ ପ୍ରଧାନ, ବିଜୟାନନ୍ଦ ମଲ୍ଲିକ, କେଦାର ନାଥ ସାହୁ, ଲକ୍ଷ୍ମୀଧର ମଲ୍ଲ, ନାରାୟଣ ପରିଡ଼ା, ମନୋଜ ସେଠୀ, ଶରତ ବାରିକ, ପ୍ରଶାନ୍ତ ମଲିକ ପ୍ରମୁଖ ବକ୍ତାମାନେ ଗଣତାନ୍ତ୍ରିକ ଆନ୍ଦୋଳନ ରେ ପୋଲିସର ଦମନ ଲୀଳାକୁ ଦୁଢ଼ ନିନ୍ଦା କରିବା ସହ ପୋସ୍କୋ ଜିନ୍ଦଲ ପ୍ରତିରୋଧ ମଞ୍ଚର ଉପସଭାପତି ପ୍ରକାଶ ମଲ୍ଲିକ ଙ୍କୁ ଅବିଳମ୍ବେ ଖଲାସ କରିବା ପାଇଁ ଦୃଢ଼ ଦାବି କରିଥିଲେ।