
ଚୌଦ୍ୱାର (ଶିବବ୍ରତ ଦାସ )ଟାଙ୍ଗି ଚୌଦ୍ଵାର ବ୍ଲକ୍ ଇନ୍ଦ୍ରାଣୀ ପାଟଣା ଗ୍ରାମରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମା ଇନ୍ଦ୍ରାଣୀ ଦେବୀଙ୍କ ବାର୍ଷିକ ଉତ୍ସବ ବହୁ ଧୂମଧାମରେ ପାଳନ କରାଯାଇଅଛି। ଆଜି ପବିତ୍ର ଚୈତ୍ରପୂର୍ଣିମାରେ ମାଙ୍କ ରାଜା ରାଜେଶ୍ଵେରୀ ବେସ ଦେଖିବାକୁ ପିଠରେ ବହୁ ମାନସିକ ଭକ୍ତ ମାଙ୍କ ପାଖରେ ଆଶୀର୍ବାଦ ଭିକ୍ଷାକରି ମାଟିର ଘୋଡ଼ା ଅର୍ପଣ କରି ଯାଉ ଅଭଡ଼ା ରନ୍ଧନ କରି ମାଙ୍କ ପାଖରେ ପ୍ରସାଦ ଦେଲା ପରେ ଛୋଟ ଛୋଟ ପିଲା ମାନଙ୍କୁ ପ୍ରସାଦ ପାଇବାକୁ ଦେଲେ ପରେ ମାନସିକ ପୂର୍ଣ ସମ୍ପୂର୍ଣ ହେଇଯାଏ ବୋଲି ଆଖପାଖ ଅଂଚଳ ଓ ଗ୍ରାମବାସୀ ମାନେ ବହୁକାଳୁ ବିଶ୍ବାସ ଅନୁଭବ କରିଆସିଛନ୍ତି। ଏହି କାର୍ଯ୍ୟକ୍ରମରେ ମା ଙ୍କ ମୂଖ୍ୟ ପୂଜ୍ୟକ ପ୍ରଦୀପ କୁମାର ତ୍ରିପାଠୀ ,ଯୁବ ସମାଜ ସେବୀ ଅମୂଲ୍ୟ ଦାସ,ଗ୍ରାମର ମୂରବୀ, ବୁଦ୍ଧିଜୀବୀ, ଯୁବ ଗୋଷ୍ଟି, ମାଙ୍କ ପୀଠରେ ଉପସ୍ଥିତ ରହି ଏକ ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର କାର୍ଯ୍ୟକ୍ରମ ସହିତ ଶ୍ରୀରାମ ଭଜନ ମଣ୍ଡପ କାର୍ଯ୍ୟକ୍ରମ କରିଥିଲେ।