ପିଆଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରସଂଗରେ ନିଷ୍ପତ୍ତ ନେବେ କମିସନ୍

ଚୌଦ୍ୱାର (ଶିବବ୍ରତ ଦାସ ): ଓଡ଼ିଶା ସୂଚନା କମିସନଙ୍କ ୨୦୨୫,ଅଗଷ୍ଟ ୬ର ନିର୍ଦ୍ଦେଶ ପରେ ମଧ୍ୟ ଚୌଦ୍ବାର ପୌରପାଳିକାର ଜନ ସୂଚନା ଅଧିକାରୀ (ପିଆଇଓ) ଆବେଦନକାରୀଙ୍କୁ ସଂପୂର୍ଣ୍ଣ ସୂଚନା ତଥା ତଥ୍ୟ ପ୍ରଦାନ ନ କରିବା ଅଭିଯୋଗକୁ ନେଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ଵର ସହିତ ଗ୍ରହଣ କରିଛନ୍ତି। ଅଗଷ୍ଟ ୬ର ନିର୍ଦ୍ଦେଶ ପାଳନ କରି
ସୂଚନା ପ୍ରଦାନ କରି ନଥିବାରୁ ଚୌଦ୍ବାର ପୌର ପାଳିକାର
ପିଆଇଓଙ୍କ ବିରୋଧରେ ସୂଚନା
ଅଧିକାର ଆଇନ ଅନୁସାରେ
ନଥିଲେ। ଏଭଳି ସ୍ଥିତିରେ ଆବେଦନକାରୀ ଚୌଦ୍ଵାର ପୌର
ପରିଷଦର ନିର୍ବାହୀ ଅଧିକାରୀଙ୍କ ନିକଟରେ ଅପିଲ ଦାଖଲ କରି ପିଆଇଓଙ୍କୁ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ପ୍ରଦାନ ପାଇଁ ନିବେଦନ କରିଥିଲେ। କିନ୍ତୁ କୌଣସି ସୁଫଳ ମିଳି ନଥିଲା। ଏହାପରେ ଆବେଦନକାରୀ ସୂଚନା କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। ସୂଚନା କମିସନ ୨୦୨୫, ଅଗଷ୍ଟ
୬ରେ ମାମଲାର ରାୟ ପ୍ରକାଶ କରି ଆବେଦନକାରୀଙ୍କୁ ହାଇକୋର୍ଟରେ ସୂଚନା ନିର୍ଦ୍ଦେଶ କାର୍ଯ୍ୟକାରୀ
କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରସଂଗରେ । ଅଧିକାର ଆଇନ ମାମଲା
ବିଚାର କରି ନିଷ୍ପତ୍ତି ନେବାକୁ ସୂଚନା କମିସନଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ
ଆବେଦନକାରୀଙ୍କୁ ୧୫ ଦିନ ଭିତରେ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ
କରିବାକୁ ଚୌଦ୍ବାର ପୌରପାଳିକାର ପିଆଇଓଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆର.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ମନୋରଞ୍ଜନ ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଚୌଦ୍ବାର ପୌରାଞ୍ଚଳରେ ହେଉଥିବା ନିର୍ଦ୍ଦିଷ୍ଟ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ସୂଚନା ଅଧିକାର ଆଇନ ବଳରେ ଆବେଦନକାରୀ ୨୦୨୩, ମାର୍ଚ୍ଚ
୨୩ରେ ତଥ୍ୟ ମାଗିଥିଲେ। ଚୌଦ୍ଵାର ପୌର ପରିଷଦର
ପିଆଇଓ ଦରଖାସ୍ତ ଅନୁସାରେ ସୂଚନା ପ୍ରଦାନ କରି ୨୦୨୫, ଅଗଷ୍ଟ ୩୧ ପୂର୍ବରୁ ସଂପୂର୍ଣ
ସୂଚନା ପ୍ରଦାନ କରିବାକୁ ଚୌଦ୍ବାର
ପୌର ପରିଷଦ ପିଆଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସୂଚନା କମିସନଙ୍କ ଆଦେଶକୁ ଅଣଦେଖା କରି ଆବେଦନକାରୀଙ୍କୁ ସୂଚନା
ପ୍ରଦାନ କରାଯାଇ ନଥିଲା । ଏଭଳି ସ୍ଥିତିରେ ସୂଚନା ଅଧିକାର
ଆଇନର ଧାରା ୧୮ ଓ ୨୦ ଅନୁସାରେ ପିଆଇଓଙ୍କ
ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ତଥା ପୂର୍ବ ନିର୍ଦ୍ଦେଶ ପାଳନ କରି ସଂପୂର୍ଣ୍ଣ ସୂଚନା ପ୍ରଦାନ ପାଇଁ ଆଦେଶ ଦେବା ପ୍ରସଂଗ
ନେଇ ସୂଚନା କମିସନଙ୍କ ନିକଟରେ ୨୦୨୫, ଅକ୍ଟୋବର
୪ରେ ଆବେଦନକାରୀ ଦରଖାସ୍ତ ଦାଖଲ କରିଥିଲେ । ଏପରି
ଦରଖାସ୍ତ ଉପରେ ସୂଚନା କମିସନ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆକାଶ ଭୂୟାଁ ମାମଲା ପରିଚାଳନା କରୁଥିଲେ ।