ଚୌଦ୍ୱାର ବ୍ଲକ ସ୍ତରୀୟ କ୍ୟାରମ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଚୌଦ୍ୱାର (ଶିବବ୍ରତ ଦାସ )ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୧୧ ନମ୍ବର ୱାର୍ଡ ସ୍ଥିତ ଗୋପବନ୍ଧୁ ଖେଳ ପଡ଼ିଆ ଠାରେ ଟାଙ୍ଗୀ ଚୌଦ୍ୱାର ବ୍ଲକ ଇନଡୋର୍ ଆସୋସିଏସନ ତରଫ ରୁ ବ୍ଲକ ସ୍ତରୀୟ କ୍ୟାରମ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଅଛି,ସଭାପତି ଅମୁଲ୍ୟ ରାଉତରାୟଙ୍କ ସଭାପତିତ୍ୱରେ ତଥା ସମ୍ପାଦକ ଭୀମସେନ ବିଶ୍ୱାଳଙ୍କ ତତ୍ୱାଭଦାନତାରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟ ରେ କ୍ରିଡାବିତ୍ ଅଶ୍ୱିନୀ କୁମାର ଜେନା, ଶିକ୍ଷାବିତ୍ ମୃତ୍ୟୁଞ୍ଜୟ ପଟ୍ଟନାୟକ,ପୂର୍ବତନ କ୍ରିଡାବିତ୍ ଟୁକୁ ପ୍ରଧାନ, ଯୁବ ବ୍ୟବସାୟୀ ଅନ୍ତର୍ଯ୍ୟାମୀ ସାହୁ,ଚିତ୍ତରଞ୍ଜନ ଜେନା ,ମନୋଜ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ,ଦୁଇଟି ବିଭାଗ ରେ ମୋଟ ୩୨ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ,୧୫ ବର୍ଷ ରୁ କମ୍ ବିଭାଗ ରେ ଦୀପକ୍ କୁମାର ପରିଡ଼ା ଚମ୍ପିୟାନ ହେଇଥିଲା ବେଳେ ପୀୟୁଷ ନାୟକ ରନର୍ ସପ ହୋଇଥିଲେ,୨୦ ବର୍ଷ ରୁ କମ୍ ବିଭାଗ ରେ ସାହିଲ କୁମାର ବେହେରା ଚମ୍ପିୟାନ ହୋଇଥିଲେ ବେଳେ ଜ୍ୟୋତିରଞ୍ଜନ ବାରିକ ରନର୍ ସପ ହୋଇଥିଲେ,ପୁରା ଟୁର୍ଣ୍ଣାମେଣ୍ଟ ଟି ଟାଙ୍ଗୀ ଚୌଦ୍ୱାର ବ୍ଲକ ଇଣ୍ଡୋର ଗେମ୍ ଆସୋସିସନର ଚାଲିଥିବା ଏହି ଟୁର୍ନାମେଣ୍ଟରେ ରାଜକିଶୋର ସ୍ୱାଇଁ,ଅପ୍ରମିତ ଜେନା,ଭାସ୍କର ପ୍ରସାଦ ମହାପାତ୍ର, ବିଦ୍ୟାଧର ରାଉତ,କାହ୍ନୁଚରଣ ଜେନା,ବିନମ୍ର ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ!