କୋରାପୁଟ ଏବଂ ଆଖପାଖ ଅଞ୍ଚଳରେ ଭୂମିକମ୍ପ ଝଟକା

ସେମିଳିଗୁଡା (ରବିନ୍ ମିଶ୍ର): କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ଆଖପାଖ ଜିଲ୍ଲାରେ ଶନିବାର ରାତ୍ର ୧୧.୩୦ ସମୟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଲମତାପୁଟ, କୋରାପୁଟ, ଜୟପୁର, ସୁନାବେଡା, ସେମିଳିଗୁଡା, ଦାମନଯୋଡି, ବୋରିଗୁମ୍ମା, ନନ୍ଦପୁର, ପଟ୍ଟାଙ୍ଗି ଓ ମାଲକାନଗିରି ରେ ରାତି ୧୧.୩୧ ରେ ମୃଦୁ ଭୂମିକମ୍ପ ଅନୁଭୂତ । ରିଚରସ୍କେଲ୍ ରେ ଭୂମିକମ୍ପର ତୀବ୍ରତା ୪.୪ ଥିବା ଜଣାଯାଇଛି । ଭୂମିକମ୍ପ ଅନୁଭବ ହେବ ପରେ ଭୟରେ ଲୋକେ ଘର ବାହାରକୁ ଚାଲି ଆସିଥିଲେ । କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଭୂମିକମ୍ପ ସମୟର ଭିଡିଓ ବିଭିନ୍ନ ସିସିଟିଭି ରେ କଏଦ ହୋଇଛି ।

earthquake