ଚୌଦ୍ୱାର ମଣ୍ଡଳରେ ବିଜେପିର ପ୍ରତିଷ୍ଠା ଦିବସ ପାଳିତ

ଚୌଦ୍ୱାର(ଶିବବ୍ରତ ଦାସ ): ବିଜେପି ଚୌଦ୍ୱାର ମଣ୍ଡଳରେ ବିଜେପିର ୪୭ତମ ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇଯାଇଛି । ମଣ୍ଡଳ ସଭାନେତ୍ରୀ ମମତା ବେହେରାଙ୍କ ପୌରହିତ୍ୟରେ ସ୍ଥାନୀୟ ଗାନ୍ଧିଛକ ସ୍ଥିତ ବିଜୁ ପଟ୍ଟନାୟକ ମାର୍କେଟ କମପ୍ଲେକ୍ସରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଡ. ବିଚିତ୍ରାନନ୍ଦ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂପାଦକ ବୈରାଗୀ ଚରଣ ପ୍ରଧାନ,ପ୍ରଶାନ୍ତ କୁମାର ହୋତା,ସନ୍ତୋଷ କୁମାର ସାହୁ,ରମେଶ ଚନ୍ଦ୍ର ନାୟକ,ଇଂ. ସୁଜାତା ସାହୁ,ବିଷ୍ନୁ ଚରଣ ପରିଡା,ପ୍ରଶାନ୍ତ କୁମାର ବିଶ୍ୱାଳ,ଚିନ୍ମୟ ବେହେରା,ଶଶିକାନ୍ତ ନାୟକ,ସୁମିତ୍ରା ମହାନ୍ତି,ରାଜରତନ ପରିଡାଙ୍କ ସମେତ ବହୁ ବିଜେପି କର୍ମୀ ପ୍ରତିଷ୍ଠା ଦିବସରେ ଯୋଗଦେଇଥିଲେ ।