ଚୌଦ୍ୱାରରେ ସ୍ୱଚ୍ଛ ଓଡ଼ିଶା ଦିବସ ପାଳିତ, ପଦାରେ ପଡିଲା ପୌର ପରିଷଦ କଳି

ଚୌଦ୍ୱାର (ଶିବବ୍ରତ ଦାସ )ଓଡ଼ିଆ ପକ୍ଷ ଅବସରରେ ଚୌଦ୍ଵାର ପୌରପାଳିକା ଆନୁକୁଲ୍ୟରେ ଓଡ଼ିଶା ସ୍ୱଚ୍ଛ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୌରପାଳିକାର ପୌର ଅଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କ ନେତୃତ୍ୱରେ ୧୦ ନମ୍ବର ୱାର୍ଡ ସ୍ଥିତ ଐତିହ ସ୍ଥଳ ବିରାଟ ଗାଦି ବଧି ପାର୍କ ର ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ପୌର ପାରିଷଦ ଆଶୁତୋଷ ଦାସ,ଅଜୟ ବେହେରା,ବିଜୟ ମଲ୍ଲିକ,ଅଜିନି ବେହେରା,ପୌର ଯନ୍ତ୍ରୀ ପତିତପାବନ ପଟ୍ଟନାୟକ ସମେତ,ସମସ୍ତ ସ୍ୱଚ୍ଛସାଥୀ,ସ୍ୱଚ୍ଛ ସୂପରଭାଇଜର,ସ୍ୱଚ୍ଛ କର୍ମୀ,ସଫେଇ କର୍ମଚାରୀମାନେ ଟି ସାର୍ଟ, ମାସ୍କ ଓ ଗ୍ଲୋଭସ୍ ପିନ୍ଧି ଝାଡୁ ଧରି ସଫେଇ ରେ ସାମିଲ ହୋଇଥିଲେ ।ଅପରପକ୍ଷରେ ରାଜ୍ୟ ସରକାରଙ୍କ ଦ୍ୱାରା ଓଡିଶା ପକ୍ଷର ମହତ କାର୍ଯ୍ୟକ୍ରମରେ ଖୋଦ ବିଧାୟକ ଓ ପୌର ଉପାଧ୍ୟକ୍ଷ ସାମିଲ ନରହିବା ଅଂଚଳରେ ଚର୍ଚ୍ଚା ଜୋର ଧରିଛି.ଏହି କାର୍ଯ୍ୟକ୍ରମକୁ ପୀୟୁଷ କୁମାର ସାହୁ, ବିଚିତ୍ରା ନନ୍ଦ ସ୍ୱାଇଁ,ସୁନିଲ କୁମାର ଦାସ ପରିଚାଳନା କରିଥିଲେ ।