ଅଭୟଙ୍କ ନିର୍ଦେଶରେ ସମାଜସେବୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ଘଟଣା ସ୍ଥଳକୁ ଆସିଲାନି ପୁଲିସ ଓ ଆମ୍ବୁଲାନ୍ସ

ଚୌଦ୍ୱାର (ଶିବବ୍ରତ ଦାସ )-ଟାଙ୍ଗୀ ଚୌଦ୍ୱାର ବ୍ଲକର ବରହମପୁର ପଂଚାୟତ ସ୍ଥିତ କାଞ୍ଜିଆ ଠାରେ ଆୟୋଜିତ ଏକ କ୍ରିକେଟ ଟୁର୍ନାମେଣ୍ଟର ଅତିଥିଭାବେ ଯୋଗ ଦେଇଥିବା ଅନନ୍ତପୁର ଗ୍ରାମର ଶ୍ରୀ ପିଙ୍କନ ସାହୁ ଓ ତାଙ୍କ ସହଯୋଗୀ ମାନେ ଫେରିବା ସମୟରେ ପଦା ଗାଁ ଠାରେ ଏମାନଙ୍କ ଗାଡିକୁ ଅଟାକାଇ କାହିଁକି ଅଭୟ ବାରିକ ନାମ ରେ ସୋସିଆଲ ମିଡ଼ିଆ ରେ ଅପପ୍ରଚାର କରୁଛନ୍ତି ବୋଲି କହି ବନ୍ଧୁକ ଦେଖାଇ କାର ଭିତରୁ ଟାଣି ଆଣି ତଳେ ପକେଇ ସଙ୍ଘ ବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ l ଏପରିକି ଏହି ଘଟଣା ସ୍ଥଳରୁ ଅଭୟ ବାରିକ ଙ୍କ ଠାରୁ ତାଙ୍କ ର ପୁତୁରା ବିଭୁ ପ୍ରସାଦ ବାରିକ, ମନୋଜ କୁମାର ବାରିକ,ରଞ୍ଜନ ବାରିକ,ଧରଣୀ ବାରିକ ଙ୍କ ସମେତ ଦଶରୁ ଉର୍ଦ୍ଧ ଅନୁମତି ନେଇ ଆହୁରି ଅଧିକା ଆକ୍ରମଣ କରିଥିଲେ l ଫଳରେ ସମାଜସେବୀ ପିଙ୍କନ ର ହାତ, ମୁହଁ, ପେଟ ରେ ଗଭୀର ଆଘାତ ଲାଗିଥିଲା ଓ ତାଙ୍କ ସହିତ ଥିବା କଖଡ଼ି ନିବାସୀ ଦିଲ୍ଲୀପ ସାହୁ ଙ୍କୁ ମୁଥ ମାରିବା ସହ ତଣ୍ଟି ଚିପି ମାରିଦେବାକୁ ଆକ୍ରମଣ କରିଥିଲେ ବୋଲି ପୀଡିତା ମାନେ ଗଣ ମାଧ୍ୟମରେ ପ୍ରକାଶ କରିଥିଲେ l ଏହି ଦୁର୍ଘଟଣା ରୁ ମୁକ୍ତି ପାଇଁ ପୁଲିସ ଓ ଆମ୍ବୁଲାନ୍ସ କୁ ଫୋନ କରିଥିଲେ ସୁଦ୍ଧା ସେମାନେ ଆସି ପହଂଚି ନଥିଲେ l ଫଳରେ କିଛି ସ୍ଥାନୀୟ ଲୋକେ ସେମାନଂକୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ କୁ ପଠାଇଥିଲେ l ଏହି ଖବର ପାଇଲା ପରେ ଆଠଗଡ ର ମାନ୍ୟବର ବିଧାୟକ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ସମେତ ବହୁ ଶୁଭେଛୁ ମେଡିକାଲ ରେ ଦେଖା କରିବାକୁ ଆସିଥିଲେ l ଏହା ପରେ ବିଳମ୍ବିତ ରାତିରେ ଚୌଦ୍ୱାର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା l ଚବିଶ ଘଣ୍ଟାରୁ ଉର୍ଦ୍ଧ ହୋଇଥିଲେ ସୁଦ୍ଧା ପୁଲିସ ପ୍ରଶାସନ କିପରି ଭାବେ ନିରବ ଦ୍ରଷ୍ଟା ପାଲଟିଛି ଏବଂ କାହା ଚାପ ରେ ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କୁ ଗିରଫ କରାଯାଇନାହିଁ ତାହା ସ୍ଥାନୀୟ ଅଂଚଳବାସୀ ଓ ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି l ଅନ୍ୟ ପକ୍ଷରେ ଯେଉଁ ମାନଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି ସେମାନେ ମଧ୍ୟ ଥାନାରେ ଏକ ପାଲଟା ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି l