ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ରକ୍ତଦାନ ଦିବସ ସଚେତନତା କାର୍ଯ୍ୟକ୍ରମ

ଯାଜପୁର (ଅଭିମନ୍ୟୁ ମିଶ୍ର, ଜିଲ୍ଲା ପ୍ରତିନିଧି, ଓଡିଶା ଟୁଡେ): ବୁଧବାର ଯାଜପୁର ଜିଲ୍ଲାର ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ରକ୍ତଦାନ ଦିବସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଦ୍ବାରା ଏପ୍ରିଲ ୦୧ ଠାରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ପାଳିତ ହେଉଥିବା ଓଡ଼ିଆ ପକ୍ଷ ପାଳନ ଅବସରରେ ” ରକ୍ତଦାନ ମହାପୁଣ୍ୟ” ବିଷୟକୁ ନେଇ ଆଜି ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ ପରିଷଦ ର ଉପସଭାପତି ପ୍ରାଧ୍ୟାପକ ବ୍ରଜକିଶୋର ମିଶ୍ର ଓ ଅଧ୍ୟାପକ ଅଜୟ ପଣ୍ଡା ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଭାତ କୁମାର ସ୍ବାଇଁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ବବ୍ରୁବାହନ ଜେନା, ସଂସ୍କୃତ ବିଭାଗ ର ମୁଖ୍ୟ ଏନ୍ ସି ସି ଅଫିସର କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ, ଓ୍ବାଇ ଆର୍ ସି କାଉନସିଲର ଇତିହାସ ବିଭାଗ ର ମୁଖ୍ୟ ଡଃ ରଜତ କାନ୍ତ ଦାସ ପ୍ରମୁଖ ରକ୍ତ ଦାନ ମହଚ ଦାନ ବିଷୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଶତାଧିକ କର୍ମଚାରୀ ଓ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଅଧ୍ୟାପକ ତନ୍ମୟ କୁମାର ପୃଷ୍ଟି , ସୁରେନ୍ଦ୍ର କୁମାର ସାହୁ, ଅଧ୍ୟାପିକା ଲିପ୍ସା ପ୍ରିୟଦର୍ଶିନୀ ନାୟକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପିକା ତୃପ୍ତି ମୟୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।