
ଭଞ୍ଜନଗର ୦୮/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବକ ଯୁବତୀ ଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ ଭି. କିର୍ତ୍ତୀ ଭାସନ ଙ୍କ ପ୍ରଚେଷ୍ଟାରେ ଜିଲାର ୩ଟି ଉପଖଣ୍ଡ ଯଥା ଭଞ୍ଜନଗର, ଛତ୍ରପୁର ଓ ବ୍ରହ୍ମପୁରଠାରେ ୩ଟି ପ୍ରଶିକ୍ଷଣ ତାଲିମ କେନ୍ଦ୍ର ଖୋଲୁଛି। ଭଞ୍ଜନଗର ଉପଖଣ୍ଡ ତାଲିମ କେନ୍ଦ୍ର ସ୍ଥାନୀୟ ସିଟି ସ୍କୁଲ ପରିସରରେ ଖୋଲିବ। ଏଥିପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ଭିତ୍ତିଭୂମି ପ୍ରସ୍ତୁତି ଚାଲିଛି। ଖୁବଶୀଘ୍ର ତାହା ଉଦଘାଟନ ହେବାକୁ ଯାଉଛି। ଏହା ପୂର୍ବରୁ ବୁଧବାର ଗଞ୍ଜାମ ଜିଲ୍ଲାପାଳ ଭି.କିର୍ତ୍ତୀ ଭାସନ,ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର ବେହେରା ଉକ୍ତ କେନ୍ଦ୍ରର କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ବଳକା ଥିବା କାମ ଖୁବଶୀଘ୍ର କିଭଳି ସରିବ ସେଥିପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ବିଭଗୀୟ ଯନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ଗସ୍ତ ସମୟରେ ବିଡିଓ ଭାରତୀ ଦେବୀ,ସହକାରୀ ନିର୍ବାହୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର, ସହକାରୀ ଯନ୍ତ୍ରୀ ରବିନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ୫୦ଜଣ ତାଲିମ ନେବା ବ୍ୟବସ୍ଥା ହୋଇଛି। ଦିଲ୍ଲୀର ଏକ ଅନୁଷ୍ଠାନ ଆଭାସୀ ମାଧ୍ୟମରେ ତାଲିମ ଦେବେ। ଏଥିସହ ଉପଖଣ୍ଡର ଦକ୍ଷ ଅଧିକାରୀମାନେ ପର୍ଯ୍ୟାୟକ୍ରମେ ତାଲିମ ଦେବେ। ଏହା ଆସନ୍ତା ସପ୍ତାହରେ ଉଦଘାଟନ ହେବାର ଯୋଜନା ରହିଛି।