ପିପୁଲ୍ସ କଲେଜରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ: ୪୩ ୟୁନିଟ୍ ରକ୍ତ ସଂଗ୍ରହ

ବୁଗୁଡ଼ା,୦୮/୦୪(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ କଲେଜ ବୁଗୁଡ଼ା ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପୁରୁଷୋତ୍ତମ ମିଶ୍ର ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡଃ ହିମାଂଶୁ ଶେଖର ପଣ୍ଡା ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଯୁବ ରେଡକ୍ରସ, ରେଡ୍ ରିବନ କ୍ଲବ ଏବଂ ଭାରତ ସ୍କାଉଟ ଆଣ୍ଡ ଗାଇଡ୍ ୟୁନିଟର ମିଳିତ ସହଯୋଗରେ ଆୟୋଜିତ ଏହି ଶିବିରରେ ୪୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଭଞ୍ଜନଗର ରକ୍ତ ଭଣ୍ଡାର ରକ୍ତଦାତା ମାନଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଉକ୍ତ ଶିବିରକୁ ଯୁବ ରେଡକ୍ରସ୍ ଉପଦେଷ୍ଟା ଅଧ୍ୟାପକ ପବିତ୍ର ଖଣ୍ଡୁଆଳ, ଅଧ୍ୟାପିକା କ୍ରିଷ୍ଣା କୁମାରୀ ବର୍ଗେ, ଭାରତ ସ୍କାଉଟ ଆଣ୍ଡ ଗାଇଡ୍ ଉପଦେଷ୍ଟା ଅଧ୍ୟାପକ ଆତ୍ମପ୍ରକାଶ ନାୟକ, ଅଧ୍ୟାପିକା ଅନିତା ଦେବୀ, ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଅଧ୍ୟାପକ ସୁଶିଳ କୁମାର ପ୍ରଧାନ, ଅଧ୍ୟାପିକା ରଶ୍ମିତା ମିଶ୍ର, ପ୍ରତ୍ୟୁଷା ସାହୁ, ଯୁବ ରେଡକ୍ରସ ସ୍ୱେଚ୍ଛାସେବୀ ମୋହିତ କୁମାର ସାହୁ, ଆଶିଷ କୁମାର ପୋଲେଇ, କ୍ରିଷ୍ଣା ପାତ୍ର, ଶିବାଂଶୁ ମହାରଣା ସହଯୋଗ କରିଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପୁରୁଷୋତ୍ତମ ମିଶ୍ର ଏବଂ ରାଜନୀତି ବିଜ୍ଞାନ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ରକ୍ତଦାନ କରିବା ସହ ରକ୍ତଦାନର ମହତ୍ତ୍ୱ ବର୍ଣ୍ଣନା କରିଥିଲେ ।