ଚୌଦ୍ୱାର ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଉଦଯାପିତ

ଚୌଦ୍ୱାର(ଶିବବ୍ରତ ଦାସ ) ଚୌଦ୍ୱାର ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷର ଉଦଯାପନୀ ଦିବସ ଉତ୍ସାହ ଓ ଉତ୍କଣ୍ଠାର ସହ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ପକ୍ଷ ପାଳନର ଉପଦେଷ୍ଟା ଡ଼. ପ୍ରଫୁଲ୍ଲ କୁମାର ସାହୁ ଙ୍କ ଅଧକ୍ଷତା ରେ ଏହି କାର୍ଯ୍ୟକ୍ରମ ଟି ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ପାଲା, ଓଡ଼ିଶୀ ନୃତ୍ୟ, ଓଡ଼ିଆ ଅସ୍ମିତା ସଙ୍ଗୀତ ସହିତ ବିଭିନ୍ନ ପାରମ୍ପରିକ ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ସାହିତ୍ୟିକ, ସଂଳାପ ଲେଖକ ଓ ପ୍ରାବନ୍ଧିକ ବିଜୟ ମଲ୍ଲ, ଗାଳ୍ପିକା ଓ ପ୍ରବଚକ ଡ଼. ଜୟନ୍ତୀ ସାହୁ, ମହାବିଦ୍ୟାଳୟର ଅଧ୍ୟକ୍ଷା ରଶ୍ମୀ ରାଉତରାୟ, ଚୌଦ୍ୱାର ମୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ର, ବରିଷ୍ଠ ପ୍ରାଧ୍ୟାପକ ଓ ବିତ୍ତ ଅଧିକାରୀ ପ୍ରଭାକର ମିଶ୍ର, ପ୍ରଶାସନିକ ଅଧିକାରିଣୀ ହରପ୍ରିୟା ମହାପାତ୍ର ପ୍ରମୁଖ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ l ବିଶିଷ୍ଟ ପାଲାଗାୟକ ସିଦ୍ଧେଶ୍ୱର ନାୟକ ପାଲା ପରିବେଷଣ କରିଥିଲେ। ଓଡ଼ିଆପକ୍ଷ କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ଡ଼. ସସ୍ମିତା କର, ବନିତା ସ୍ଵାଇଁ, ଡ଼. ନିରୁପମା ପରିଡା, ଡ଼. ଦିପକ କୁମାର ବେହେରା, ଯୁକ୍ତେଶ୍ୱର ଦାସ, ସୁମନ୍ତ କୁମାର ସାହୁ, ଦେବାଶିଷ ଷଢଙ୍ଗୀ, ଶୁଭସ୍ମିତା ଭୁୟାଁ, ଡ଼. ମମତା ସାହୁ, ସନ୍ଦିପ ସାମଲ, ଡ଼. ସବିତା ମହାନ୍ତି, ଅମୀୟ ରଞ୍ଜନ ମହାନ୍ତି, ଲକ୍ଷ୍ମଣ କରଣ, ଡ଼. ରଚିତା ବେହେରା, ଡ଼. ଅନୁପମା ତ୍ରିପାଠି, ଲିଜା ରଥ, ସୁଚିତ୍ରା ସାହୁ, ରିଙ୍କୁ କିଶାନ, ସଂଘମିତ୍ରା ଦାସ, ସ୍ଵାଭିମାନ ସାମନ୍ତରାୟ, ଚନ୍ଦ୍ରଶେଖର ପଣ୍ଡା, ଦିପକ ଦାସ, ଅଶୋକ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ l