ମହା ବିଷୁବ ପଣା ସଂକ୍ରାନ୍ତି ପାଇଁ ଭିନ୍ନ ପ୍ରକାର ନିମନ୍ତ୍ରଣ

ଭଞ୍ଜନଗର ୧୦/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଆମ ପରମ୍ପରା ଆମ ସଂସ୍କୃତି ସମଗ୍ର ଭାରତ ରେ ସ୍ୱତନ୍ତ୍ର।ଏଠାରେ ବର୍ଷ ତମାମ ବିଭିନ୍ନ ପର୍ବ ପର୍ବାଣୀ, ପୂଜା ବିଧି, ଜାଗଜଜ୍ଞ ଅନୁଷ୍ଠିତ ହୋଇଥାଏ ଏବଂ ଏଥିରେ ରହିଛି ବିଶ୍ୱାସ।ତେଣୁ ବିଶ୍ଵାସ ଅସ୍ଥା କୁ ନେଇ ଆମେ ସବୁବେଳେ ଗର୍ଵ କରୁ ଯେ ଆମେ ହିନ୍ଦୁ।ଏହି ହିନ୍ଦୁ ଧର୍ମର ଭିନ୍ନ ଏକ ଧାର୍ମିକ ପର୍ବ ହେଉଛି ମହା ବିଷୁବ ପଣା ସଂକ୍ରାନ୍ତି।ଏହି ଦିନରେ ମହାବୀର ହନୁମାନ ଜୟନ୍ତୀ ମଧ୍ୟ ପାଳିତ ହୋଇଥାଏ।ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ସହର ରଘୁନାଥ ମନ୍ଦିର ରେ ଥିବା ଜୟ ଶ୍ରୀ ହନୁମାନ ସ୍ୱେଚ୍ଛାସେବୀ ଯୁବକ ସଙ୍ଘ ତରଫରୁ ସବୁ ବର୍ଷ ପରି ମହା ବିଷୁବ ସଂକ୍ରାନ୍ତି ପାଇଁ ପ୍ରସ୍ତୁତି ଜୋର ସୋର ରେ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି।କିନ୍ତୁ ଏହି ବର୍ଷ ଏହାର ୧୯ ତମ ମହା ବିଷୁବ ପଣା ସଂକ୍ରାନ୍ତି ପାଇଁ ନିମନ୍ତ୍ରଣ କାର୍ଡ ପରିବର୍ତ୍ତେ ଅନୁଷ୍ଠାନ ର ସଦସ୍ୟ ମାନେ ଫୁଲ ଚନ୍ଦନ ଦ୍ୱାରା ସହର ର ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନିମନ୍ତ୍ରଣ କରିଥିଲେ।ସଦସ୍ୟ ମାନେ ଘର ଘର ବୁଲି ଫୁଲ ଚନ୍ଦନ ଦେଇ ଭଞ୍ଜନଗର ସହରର ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଥିଲେ।ଆଜି ସଦସ୍ୟ ମାନେ ଭଞ୍ଜନଗର ମାନ୍ୟବର ବିଧାୟକ, ଭଞ୍ଜନଗର ଥାନା ଅଧିକାରୀ, ଭଞ୍ଜନଗର ଉପଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ,ଭଞ୍ଜନଗର ପୌରପରିଷଦ ଅଧ୍ୟକ୍ଷ ଗୋପ ବନ୍ଧୁ ମହାପାତ୍ର ,ବିଷ୍ଣୁ ପ୍ରଧାନ ପ୍ରମୂଖ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରିଥିଲେ।ଚଳିତ ମାସ ଚଉଦ ତାରିଖ ରେ ହେବାକୁ ଥିବା ଏହି ଗଣ ପର୍ବ କୁ ଭଞ୍ଜନଗର ସହର ବାସୀ ହର୍ଷଉଲ୍ଲାସ ତଥା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳନ କରିବାକୁ ମନସ୍ଥ କରିଛନ୍ତି।ସୂଚନାଯୋଗ୍ୟ ଯେ ମହା ବିଷୁବ ପଣା ସଂକ୍ରାନ୍ତି ଦିନ ଭଜନ କୀର୍ତ୍ତନ, ପ୍ରବଚନ ସହ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଛି ଏବଂ ତାପର ଦିନ ଶୋଭା ଯାତ୍ରା ବାହାରି ସହର ପରିକ୍ରମା କରିବା କାର୍ଯ୍ୟକ୍ରମ ରହିଛି।ଏହି ଅନୁଷ୍ଠାନ ବିଗତ ଦିନ ମାନଙ୍କରେ ବିଭିନ୍ନ ସାମାଜିକ ସେବା, ଧାର୍ମିକ କାର୍ଯ୍ୟ ରର ସହଯୋଗ ସହ ରକ୍ତଦାନ ପରି ମହତ କାର୍ଯ୍ୟକ୍ରମ କରି ଆସୁଛି।ଏହି ଅନୁଷ୍ଠାନ ର ଅସ୍ଥାୟୀ କମିଟି ସଭାପତି ଏ.ମନୋଜ କୁମାର, ଉପ ସଭାପତି, ପି.ଅନୀଲ ରାଓ, ସମ୍ପାଦକ ଶରତ କୁମାର ମହାନ୍ତି ଓ ବାପୁଜି ତ୍ରିପାଠି,କୋଷାଧ୍ୟକ୍ଷ ସୀମାଞ୍ଚଳ ପଟ୍ଟନାୟକ, ଆର ବୁଟୁ ଓ ମୁଖ୍ୟ ପରିଚାଳକ ପି.ହେମନ୍ତ କୁମାର ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ।