ଅପରେସନ ସାଇବର କବଚ ରେ ଉଲ୍ଲେଖନୀୟ ସଫଳତା ପାଇଁ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ ପୁରସ୍କୃତ

ଛତ୍ରପୁର ୧୧/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗତ ଫେବୃଆରୀ ମାସରେ ଗଞ୍ଜାମ ଜିଲ୍ଲାର ୨୬ ଟି ଥାନା ମଧ୍ୟରେ ସାଇବର ସୁରକ୍ଷା ସଚେତନତା ତଥା ସାଇବର୍ କବଚ ରେ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ଲୋକଙ୍କୁ ଠକୁଥିବା ନଅ ଅପରାଧୀ ଙ୍କୁ ଧରି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସେମାନଙ୍କ ୩୫ ଲକ୍ଷ ଟଙ୍କା ର ଆକାଉଣ୍ଟ କୁ ଜବତ୍ କରିବା,ଅଧିକ ରୁ ଅଧିକ ତଦନ୍ତ ଜାରି ରଖିବା ଓ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ହିଞ୍ଜିଳି ଥାନା ଥାନା ଅଧିକାରୀ ଶ୍ରୀନିବାସ ସେଠୀଙ୍କୁ ସମ୍ମାନିତ କରାଯାଇଛି। ଆଜି ଗଞ୍ଜାମ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଥାନା ଅଧିକାରୀ ଶ୍ରୀନିବାସ ସେଠୀ ଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି।ସାଇବର ଅପରାଧ ବୃଦ୍ଧି ପାଉଥିବା ପରିପ୍ରେକ୍ଷିତ ରେ ହିଞ୍ଜିଳି ଥାନା ପକ୍ଷରୁ ବିଭିନ୍ନ ସ୍କୁଲ, କଲେଜ ଓ ଗ୍ରାମଞ୍ଚଳ ରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଲୋକମାନଙ୍କୁ ଅନଲାଇନ ଠକେଇ, OTP ଠକେଇ, ଭୁଆ ଲିଙ୍କ ଓ ସୋସିଆଲ ମିଡିଆ ଦୁରୁପଯୋଗ ସମ୍ପର୍କରେ ସଚେତନ କରାଯାଇଥିଲା। ଏହାର ଫଳରେ ଅନେକ ଲୋକ ସାଇବର ଠକେଇ ରୁ ସୁରକ୍ଷିତ ରହିପାରିବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।ଏହି ସଫଳତା ପାଇଁ ହିଞ୍ଜିଳି ଥାନା ଥାନା ଅଧିକାରୀ ଓ କର୍ମଚାରୀ ଙ୍କ ଉଦ୍ୟମ କୁ ଏସପି ପ୍ରଶଂସା କରିଥିଲେ। ଆଗାମୀ ଦିନରେ ମଧ୍ୟ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।