୧୫ଏପ୍ରିଲ ରେ ଓଡିଶା ଜନତା କଂଗ୍ରେସ ପାର୍ଟି ର ଭୁବନେଶ୍ୱର ମହାସମାବେଶ ପାଇଁ ବ୍ୟାପକ ପ୍ରସ୍ତୁତି

ଯାଜପୁର (ଅଭିମନ୍ୟୁ ମିଶ୍ର, ଜିଲ୍ଲା ପ୍ରତିନିଧି, ଓଡିଶା ଟୁଡେ): ଆଜି ଓଡିଶା ଜନତା କଂଗ୍ରେସ ପାର୍ଟି ଯାଜପୁର ଜିଲ୍ଲା କମିଟି ପକ୍ଷରୁ ଯାଜପୁର ରୋଡ ଠାରେ ବରିଷ୍ଠ ନେତା ଗୋବିନ୍ଦ ସାମଲ ଙ୍କ ସଭାପତିତ୍ୱ ରେ ଆସନ୍ତା ଏପ୍ରିଲ ୧୫ ତାରିଖ ଭୁବନେଶ୍ୱର ଠାରେ ହେବାକୁ ଥିବା ମହାସମାବେଶ ପାଇଁ ବ୍ୟାପକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସ୍ତରୀୟ ଏହି ସମାବେଶ କୁ ସଫଳ କରିବା ନିମଂତେ ରାଜ୍ୟ ସଭାପତି ମହମଦ ମୋକିମ ଙ୍କ ଆହ୍ୱାନ କ୍ରମେ ଯାଜପୁର ଜିଲ୍ଲା ର ୭ ଗୋଟି ନିର୍ବାଚନ ମଣ୍ଡଳୀ ରୁ ୨ ହଜାର ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଯୋଗ ଦାନ କରିବେ ବୋଲି ପାର୍ଟି ର ଜିଲ୍ଲା ସଂଯୋଜକ ବିଦ୍ୟାଧର ମହାନ୍ତି ଏକ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି। ଓଡିଶା ରେ ଏହା ଏକ ବିକଳ୍ପ ପାର୍ଟି ଭାବେ ଉଭା ହେବା ସହିତ ରାଜ୍ୟ ର ଜମି, ଜଳ, ଜଙ୍ଗଲକୁ ସୁରକ୍ଷିତ ରଖିବା ସହିତ ମଦମୁକ୍ତ ରାଜ୍ୟ ଗଠନ, ସରକାରୀ ଶିକ୍ଷା ଉପରେ ଗୁରୁତ୍ୱ ଦେବା,ଦାଦନ ମୁକ୍ତ କରି ନୂତନ ନିଯୁକ୍ତି ସୃଷ୍ଟି କରିବା ବିଶେଷ କରି କୃଷି ଓ ୩୦୦ ୟୁନିଟ ବିଜୁଳି କୁ ଶୁଳ୍କମୁକ୍ତ କରିବା ଦାବିରେକୁ ନେଇ ପାର୍ଟି ବ୍ଲକ ଠାରୁ ସଚିବାଳୟ ପର୍ଯ୍ୟନ୍ତ ଲଢେଇ ଜାରି ରହିବା ପାଇଁ ଏହି ମହାସମାବେଶର ମୁଖ୍ୟ ଆହ୍ୱାନ ହେବ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆକାଶ ଛୁଆ ଦରଦାମ ବୃଦ୍ଧି, ରନ୍ଧନ ଗ୍ୟାସ ସଂକଟ, ଆଉଟସୋସିଂ କର୍ମଚାରୀ ମାନଙ୍କୁ ସ୍ଥାୟୀ ନକଲେ ତୃଣମୂଳ ସ୍ତରରୁ ଆନ୍ଦୋଳନକୁ ସଂଗଠିତ କରିବାକୁ ଜିଲ୍ଲା କମିଟିରେ ବିଭିନ୍ନ ପ୍ରସ୍ତାବ ଗୃହୀତ କରାଯାଇଥିଲା। ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ସଞ୍ଜୟ କୁମାର ରାୟ,ନରେଶ କୁମାର ମହାନ୍ତି ସୁରେଶ କୁମାର ସାହାଣୀ, ମନୋରଞ୍ଜନ ନାୟକ, ସେକ ବଦ୍ରିଉଦ୍ଦିନ ପ୍ରଶାନ୍ତ କୁମାର ସାହୁ ଦିଲ୍ଲୀପ କୁମାର ରାଉତ ଭବାନୀ ଶଙ୍କର ଦେଓ ପ୍ରଦୀପ୍ତ କୁମାର ଧଳ ଜଗନ ଜେନା, ବିଜୟ କୁମାର ଦାସ,ସଂଗ୍ରାମ କେଶରୀ ରାୟ,ସୁରେନ୍ଦ୍ର ପାତ୍ର, ବିଦ୍ୟାଧର ଯେନା ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।