ପତ୍ନୀଙ୍କୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା ଘଟଣା: ଆଦି ଓ ଆୟୁଷ ଙ୍କ ଭବିଷ୍ୟତ ହେବ କଣ ?

ଭଞ୍ଜନଗର – ୧୨/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ବେଲଗୁଣ୍ଠା ଥାନା ସରନୁଆଁପଲ୍ଲୀ ଗାଁ ରେ ଗତ ଆଠ ତାରିଖ ଦିନ ଘଟିଯାଇଛି ଏକ ଅମାନବୀୟ ଘଟଣା । ଘରୋଇ କଳିକୁ ନେଇ ସ୍ୱାମୀ ପତ୍ନୀକୁ ପନିକିରେ ହତ୍ୟା କରିବା ପରେ ନିଜେ ଘରଠାରୁ କିଛି ଦୂରରେ ଏକ ଗଛରେ ଦଉଡି ଲଗାଇ ନିଜ ଜୀବନ ହାରିଥିଲେ । ସେ ଦୁହେଁ ସିନା ଆରପାରିକୁ ଚାଲିଗଲେ ହେଲେ ତାଙ୍କ ର ଦୁଇ ପୁଅ ଙ୍କ ଭବିଷ୍ୟତ କୁ ନେଇ ଚିନ୍ତା । ୪ ବର୍ଷ ବୟସ ର ଆଦି ଓ ୩ ବର୍ଷ ବୟସର ଆୟୁଷ । ୬ ଦିନ ବିତିଲାଣି ତାଙ୍କ ବାପା ମା ଆଉ ଦୁନିଆ ରେ ନାହାନ୍ତି ହେଲେ ସେମାନେ ଆଜି ମଧ୍ୟ ଜାଣିନାହାନ୍ତି ଏହି ଘଟଣା । ବାପା ମା କୁ ଖୋଜିଲେ ମିଛ କହି ତାଙ୍କୁ ଭୁଲାଇ ଦିଆ ଯାଉଛି । ପିଲା ଦୁଇଜଣ ବାପା ମା ଙ୍କ କଥା ପଚାରି କାନ୍ଦୁଛନ୍ତି । ଘଟଣା ସମ୍ପର୍କରେ ଜାଣିଲେ କଣ ଜେହେବ ତାହା ଚିନ୍ତା କରି ଦାଦା କାଳିଆ ପିଲା ଦୁହିଁଙ୍କୁ ସମର୍କୀୟ ଙ୍କ ଘର ବୁଲାଉ ଛନ୍ତି । ଦୁଇ ପିଲା କିନ୍ତୁ ବୋଉ କୁ ଦେଖିବା ପାଇଁ ଅଳି ଲଗାଉଛନ୍ତି । ପିଲା ଦୁହିଁଙ୍କୁ ସତ କିଏ ଓ କେମିତି କହିବ ଏ ଚିନ୍ତା ଘରିଛି । ଏମାନଙ୍କ ଭବିଷ୍ୟତ କୁ ନେଇ ମଧ୍ୟ ଚିନ୍ତା ବଢିଛି ।
ସରନୁଆଁ ପଲ୍ଲୀ ଗାଁ ର ଚିତ୍ରସେନ ନାଇକ ଗତ ସାତ ବର୍ଷ ପୂର୍ବେ ନିକଟ ଗାଁ ର ଏକ ଉଚ୍ଚ ଜାତିର ଝିଅ ପୂଜା ଦାସଙ୍କୁ ପ୍ରେମ ବିବାହ କରିଥିଲେ । ଦୁଇ ବର୍ଷ ଭଲଭବେ ଜୀବନ କାଟିଥିଲେ ହେଲେ ସ୍ୱାମିର ରୋଜଗାର ନଥିବାରୁ ଅଭାବ ଅନଟନ ପାଇଁ ଦୁହିଁଙ୍କ ମଧ୍ୟରେ ସବୁବେଳେ କଳି ଲାଗୁଥିଲା । ପରିବାର ଅଭାବକୁ ନଜରରେ ରଖି ଦୁଇ ପିଲାଙ୍କୁ ନେଇ ପତ୍ନୀ ପୂଜା ଭୁବନେଶ୍ୱର ରେ ରହୁଥିଲା । ବ୍ୟାଙ୍କ ଖାତା ଖୋଲିବାକୁ ଦୁଇ ପିଲାଙ୍କୁ ଭୁବନେଶ୍ୱରେ ଛାଡି ଗାଁ କୁ ଆସିଥିବା ବେଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣ କୁ ନେଇ ଭୀଷଣ ଗଣ୍ଡଗୋଳ ହୋଇଥିଲା ବିଳମ୍ବିତ ରାତିରେ ସମସ୍ତ ହିତାହିତ ଜ୍ଞାନ ହରାଇ ହତ୍ୟାକାଣ୍ଡ ଘଟାଇ ସ୍ୱାମୀ ମଧ୍ୟ ଆତ୍ମହତ୍ୟା କରି ଥିଲା । ଏବେ ଦୁଇ ପିଲା କୁଆଡେ ଯିବେ କଣ କରିବେ ଏହି ଚିନ୍ତା ଘାରିଛି ସମସ୍ତଙ୍କୁ । ନିରୀହ ଦୁଇ ପିଲାଙ୍କ ଭୁଲ କଣ ? ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢ଼ାଇଲେ ପିଲାଙ୍କ ଜୀବନ ବଂଚି ପାରିବ ବୋଲି ତାଙ୍କ ଦାଦା ଓ ସାହି ବାସିନ୍ଦା ନେହୁରା ହୋଇଛନ୍ତି ।