
ଭଞ୍ଜନଗର ୧୨/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନ ବେରୁଆଁବାଡି ଗାଁ ନିକଟ ରାସ୍ତା କଡ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ଏକ ମୃତଦେହ କୁ ପୁଲିସ ଜବତ କରିଛି। ମୃତକ ଜଣକ ବାଞ୍ଛା ମଲ୍ଲିକ(୬୦) ବୋଲି ଜଣାପଡିଛି। କିଭଳି ଓ କେଉଁ ପରିସ୍ଥିତିରେ ବୃଦ୍ଧଙ୍କ ମୃତ୍ୟୁ ହେଲା ଜଣା ପଡିନଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନାନୁସାରେ,ବାଞ୍ଛା ଗତକାଲି ଠାରୁ ଘରୁ ବାହାରି କୁଆଡେ ଚାଲି ଯାଇଥିଲେ। ଆଜି ସକାଳେ ଗାଁ ନିକଟ ରାସ୍ତା କଡରେ ଥିବା ଏକ ଗଛରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଲୋକେ ଦେଖିଥିଲେ। ପରେ ତାରସିଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛି। ଏନେଇ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।