ଓଷ୍ଟା ତରଫରୁ ଓଡ଼ିଆ ପକ୍ଷରେ ଆମ ରୁଚି ଆମ ଖାଦ୍ୟ

ଭଞ୍ଜନଗର ୧୩/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ସ୍ଥାନୀୟ ଉପେନ୍ଦ୍ରଭଞ୍ଜ ଉଚ୍ଚ ବିଦ୍ୟାଳୟ, ଭଞ୍ଜନଗର ଠାରେ ଓଷ୍ଟା ଜିଲ୍ଳା ସଭାପତି ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଓଡ଼ିଆପକ୍ଷ “ଆମ ରୁଚି ଆମ ଖାଦ୍ୟ”ପାଳନ କରାଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ଶିକ୍ଷକ ନେତା ଜଗବନ୍ଧୁ ଜେନା, ଜିଲ୍ଳା ଓଷ୍ଟା ସମ୍ପାଦକ ବିଜୟ କୁମାର ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମଚନ୍ଦ୍ର ପୋଲେଇ, ଜିଲ୍ଳା ଉପଦେଷ୍ଟା ଭିକାରୀ ଚରଣ ଗୌଡ଼, ବ୍ଲକ ଓଷ୍ଟା ସମ୍ପାଦକ ଗୌରୀନନ୍ଦନ ହୋତ୍ତା, ବରିଷ୍ଠ ଶିକ୍ଷକ ଉମାକାନ୍ତ ନାହାକ, ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, କାମରାଜୂ ଗୌଡ଼ ମଂଚାସୀନ ହୋଇ ଓଡ଼ିଆଙ୍କ ପାରମ୍ପରିକ ପ୍ରିୟ ଖାଦ୍ୟ ଉପରେ କହିଥିଲେ l ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ଖାଣ୍ଟି ଓଡ଼ିଆର ଆତ୍ମ ସଂମ୍ମାନ ସହ ଓଡ଼ିଆଙ୍କ ରୁଚିକର ଖାଦ୍ୟ ର ବିଭିନ୍ନ ଶାରୀରିକ ଉପାଦେୟତା ଉପରେ ବକ୍ତବ୍ୟ ରଖିଥିଲେ l ବ୍ଲକର କୋଡିଏରୁ ଉର୍ଦ୍ଧ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷlକର୍ମଚାରୀ ଯୋଗ ଦେଇ ଥିବାବେଳେ ବୁଗୁଡ଼ା, ବେଲଗୁଣ୍ଠା ଓ ସୋରଡ଼ା ବ୍ଲକରୁ ମଧ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇ ସମୂହ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ଖାଇ ମଜା ଉଠାଇଥିଲେ l ଏଭଳି କାର୍ଯ୍ୟକ୍ରମକୁ ଜଣେ ଓଡ଼ିଆ ଭାବେ ଗର୍ବ କରି ପ୍ରଶଂସା କରାଯାଇଥିଲା l ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଏହା ପାଳନ କରାଯାଇଥିଲା l ଶେଷରେ ପ୍ରଧାନଶିକ୍ଷକ ଧନ୍ୟବାଦ ପ୍ରଦାନ କରିଥିଲେ l