ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ପାଇବେ ଆମ ସଂସ୍କୃତି “ବୈଶାଖୀ ସମ୍ମାନ”

ଚୌଦ୍ୱାର (ଶିବବ୍ରତ ଦାସ )ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ଆମ ସଂସ୍କୃତି’ ପକ୍ଷରୁ ଆସନ୍ତା ଏପ୍ରିଲ ୧୯ ତାରିଖ (ରବିବାର) ଉତ୍କଳ ସାହିତ୍ୟ ସମାଜର ଶତାବ୍ଦୀ ଭବନ ପରିସରରେ ଚଳିତବର୍ଷର ‘ବୈଶାଖୀ ଉତ୍ସବ’ ଅନୁଷ୍ଠିତ ହେବ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନ୍ୟାୟଧୀଶ ଜଷ୍ଟିସ ଅନନ୍ତ ନାରାୟଣ ନାଇଡ଼ୁ ଯୋଗ ଦେବେ l ଅନୁଷ୍ଠାନ ପକ୍ଷରୁ ଖ୍ୟାତନାମା କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ଯାମାମଣୀ ଦେବୀ ଙ୍କୁ ‘ବୈଶାଖୀ ସମ୍ମାନ’ ଓ ସମାଜସେବୀ ବ୍ରହ୍ମା ନନ୍ଦ ମହାନ୍ତି ଙ୍କୁ ଗୋପବନ୍ଧୁ ସେବା ସମ୍ମାନ, ଓ ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବଚକ ଉତ୍କଳ ସଂସ୍କୃତିର ପ୍ରସାର ପ୍ରଚାରରେ ବିଶେଷ ଅବଦାନ ପାଁଇ ଭାଗବତ ପଣ୍ଡା ଙ୍କୁ “ଉତ୍କଳ ସଂସ୍କୃତି ରତ୍ନ “ସମ୍ମାନ ପ୍ରଦାନ କରାଯିବ ବୋଲି ଆଜି ଗୋପାଳଜୀଉ ମଠ ପ୍ରାଙ୍ଗଣରେ ଆମ ସସ୍କୃତି ର ଅଧ୍ୟକ୍ଷ ସୁକାନ୍ତ କୁମାର ସାହୁ ଙ୍କ ସଭାପତିତ୍ବ ରେ ଏକ ପ୍ରସ୍ତୁତୀ ବୈଠକରେ ନିଷ୍ପତି ନିଆ ଯାଇଛି ବୋଲି ଅଧ୍ୟକ୍ଷ ସୂଚନା ଦେଇଥିଲେ l ଏହି ବୈଠକ ରେ ମୁଖ୍ୟ ସଂଯୋଜକ ଆଇନ ଜୀବି ଗୁରୁଦତ୍ତ କର, ସହ ସଂପାଦକ ସୁରେଶ ପଟ୍ଟନାୟକ, ସତ୍ୟ ରଞ୍ଜନ ରାଉତ, କୋଷାଧକ୍ଷ ଦେବେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ସଭ୍ୟ ରଶ୍ମିରଂଜନ ସଥପଥୀ, ବ୍ୟଙ୍ଗ କବି “ଧର୍ମଛଡ଼ା “ପରକ୍ଷିତ ବେହେରା, ରଘୁନାଥ ଜେନା, ବଂଶୀଧର ଜେନା,ଅଶୋକ କୁମାର ରଥ, “ତ୍ରିଦେବ”ନିୟୁଜ ପେପରର ସମ୍ପାଦକ ଅକ୍ଷୟ ରଞ୍ଜନ ଦାସ,ପ୍ରଭାତ ରଞ୍ଜନ ପାଣିଗ୍ରାହୀ,ସୁବ୍ରତ ମହାନ୍ତି,ଆଲୋକ ମହାନ୍ତି,ଅଚ୍ୟୁତ ମଲିକ, ପ୍ରସନ୍ନ କୁମାର ନାୟକ, ବିଜୟ କୁମାର ନାଥ, ମଧୁସ୍ମିତା ମଲିକ, ମଞ୍ଜୁଲତା ମହାନ୍ତି ପ୍ରମୁଖ ବହୁ ସଦସ୍ୟା/ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଭାଗ ନେବା ସହିତ ଆସନ୍ତା ବୈଶାଖୀ ଉତ୍ସବ କୁ ସଫଳ କରିବା ପାଇଁ ପ୍ରତିଶୃତି ରଖିଥିଲେ ।