ବାଲିପଦର ସ୍ନାତକ ମହାବିଦ୍ୟାଳୟରେ ବିଦାୟ କାଳୀନ ଉତ୍ସବ

ବାଲିପଦର ୧୫/୦୪ ( ବି. ପ୍ରକାଶଚନ୍ଦ୍ର ପାତ୍ର ) ସ୍ଥାନୀୟ ବାଲିପଦର ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ୧୫/୦୪/୨୬ ଦିନ ଶେଷ ବର୍ଷର ଛାତ୍ରଛାତ୍ରୀ ନିମନ୍ତେ ଏକ ବିଦାୟକାଳୀନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧକ୍ଷ ଗୋପୀନାଥ ମହାନ୍ତି ପୌରହିତ୍ୟ କରିଥିବାବେଳେ, ଯୁକ୍ତଦୁଇ ମହାବିଦ୍ୟାଳୟର ଅଧକ୍ଷ ସରୋଜ କାନ୍ତ ଦାସ ଏବଂ ଉଦ୍ଭିଦ ବିଜ୍ଞାନ ପ୍ରାଧ୍ୟାପକ ଡ଼କ୍ଟର ଶିଶିର କାନ୍ତ ନାୟକ ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ନାନୀତ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ରେ କହିଥିଲେ ଯେ, ବିଦାୟ କୌଣସି ଏକ ନୂତନ କର୍ମକୌଶଳ ଓ ଦାୟିତ୍ୱ ବୋଧତାର ଆହ୍ୱାନ ହୋଇଥାଏ।
ଯାଦ୍ଵାରା ବର୍ତ୍ତମାନର ”ବିଦାୟୀ ଛାତ୍ରଛାତ୍ରୀ ମାନଙ୍କ ନୂତନତାର ଦାୟିତ୍ୱ ଧାରଣ କରିବାର ଚରମ ନିଷ୍ପତି”ଏତତ ବ୍ୟତୀତ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଅମୀୟ କୁମାର ସ୍ୱାଇଁ, ଡ଼କ୍ଟର ଏ ଜିତେଶ ରାଓ ଦୋରା ଏବଂ ଏହି ଉତ୍ସବର ସଞ୍ଚାଳୀକା ମିନତୀ ଆଚାରୀ ଛାତ୍ରଛାତ୍ରୀ ମାନଙ୍କୁ ଆଗାମୀ ଭବିଷ୍ୟତ ନିର୍ମାଣ ନିମନ୍ତେ ଉପଦେଶ ପ୍ରଦାନ କରିଥିଲେ। ଯୁକ୍ତତିନି ପ୍ରଥମବର୍ଷ,ଦ୍ୱିତୀୟବର୍ଷ ଛାତ୍ରଛାତ୍ରୀଙ୍କ ମିଳିତ ସହଯୋଗରେ ତୃତୀୟ ବର୍ଷାର ଛାତ୍ରଛାତ୍ରୀମାନଙ୍କୁ ବିଦାୟ କାଳୀନ ସମର୍ଦ୍ଧନା ଜ୍ଞାପନ କରିଥିଲେ ଏବଂ ଏହି ଉତ୍ସବ ରେ ସର୍ବଭାରତୀୟ କ୍ରୀଡା ସ୍ତରରେ କୃତିତ୍ୱ ହାସଲ କରିଥିବା ଏବଂ ବାଲିପଦର ମହାବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରିଥିବା ତୃତୀୟ ବର୍ଷ ଛାତ୍ରୀ ସୁଶ୍ରୀ ରିଙ୍କି ନାୟକ ଙ୍କୁ ସମ୍ନାନୀତ କରାଯାଇଥିଲା।ଏହି ଉତ୍ସବରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ। ପରିଶେଷରେ ପ୍ରେମାନନ୍ଦ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।