
ବୁଗୁଡା,୧୭/୦୪(ସୋରେନ କୁମାର ପ୍ରଧାନ): ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏ ପରିପ୍ରେକ୍ଷୀରେ ବୁଗୁଡ଼ା ବ୍ଲକର ଗୋଲିଆ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ସମସ୍ତ ୭୪ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ଶତପ୍ରତିଶତ ଫଳାଫଳ ଆଣି ବିଦ୍ୟାଳୟର ଗୌରବ ବୃଦ୍ଧି କରିଥିବା ବେଳେ ମେଧାବୀ ଛାତ୍ର ଆୟୁଶ କୁମାର ସାହୁ ସର୍ବାଧିକ ୫୬୪ ମାର୍କ(୯୨.୮%) ରଖି ବିଦ୍ୟାଳୟ ଟପ୍ପର ରୂପେ ବିବେଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଆଶୁତୋଷ ବିଷୋୟୀ ୪୬୩(୯୨.୬%), ଏ.ଦେବଦୂତ ଆଚାରୀ ଏବଂ ସୁଶ୍ରୀ ସାଇଦର୍ଶନୀ ୪୫୭(୯୧.୪%) , ଅଂଶୁମାନ ବିଷୋୟୀ ୪୫୪(୯୦.୮%) , ଶାଶ୍ୱତ ଜେନା ୪୫୩(୯୦.୬%)ମାର୍କ ପ୍ରାପ୍ତ ପୂର୍ବକ ଏ-୧ ଗ୍ରେଡ୍ ହାସଲ କରି ବିଦ୍ଯାଳୟର ଗୌରବ ପାଲଟିଛନ୍ତି। ତେବେ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ଉପାଧ୍ଯକ୍ଷା ସୁଚିତ୍ରା ପଟ୍ଟନାୟକଙ୍କ ସମେତ ବିଦ୍ଯାଳୟ କର୍ତ୍ତୃପକ୍ଷ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିବା ଜଣାଯାଇଛି।