
ଭଞ୍ଜନଗର ୧୬/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଭଞ୍ଜନଗର ଥାନା ଶଙ୍ଖ ସାହି ଅଞ୍ଚଳରୁ ସେକ୍ସ ରାକେଟ ଠାବ ।କିଙ୍ଗ ପିନ ସମେତ ଛଅ ଗିରଫ ।ସମସ୍ତ ଅଭିଯୁକ୍ତ ଭଞ୍ଜନଗର ଥାନା ଅଞ୍ଚଳର ହୋଇଥିବା ବେଳେ ଦେହଜିବୀ ଜଣକ ଖୋର୍ଦ୍ଧା ଅଞ୍ଚଳର ହୋଇଥିବା ଜଣାପଡିଛି।କିଛି ଦିନ ଧରି ଶଙ୍ଖ ସାହି ଅଞ୍ଚଳରେ ଦେହ ବ୍ୟବସାୟ ଚାଲିଥିଲା । ଆଜି ଭୋର୍ ସମୟରୁ ଖବର ପାଇ ଭଞ୍ଜନଗର ଥାନା ଏସଆଈ ସମୀର କୁମାର ସେଠି, ହାବିଲଦାର ଦିଲ୍ଲୀପ କୁମାର ରାଉତଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ପହଞ୍ଚି ଅତର୍କିତ ଚଢ଼ାଉ କରିଥିଲେ । ଜଣେ ଦେହଜିବୀଙ୍କ ସମେତ ପାଞ୍ଚ ଜଣ ଯୁବକଙ୍କୁ ଗୋଟାଏ ଘରୁ ଗିରଫ କରିଛି । ଏହାଶହ ମଦ ବୋତଲ, ସିଗାରେଟ, ବହୁ ଆପତ୍ତି ଜନକ ସାମଗ୍ରୀ ଜବତ ହୋଇଛି। ଜଣେ କିନ୍ନର ଏହି ସେକ୍ସ୍ ରାକେଟ ଚଳାଉଥିବା ତଦନ୍ତରୁ ଜଣାପଡିଛି ।ଦେହଜିବୀ ସମେତ ପାଞ୍ଚ ଜଣଙ୍କୁ କୋର୍ଟ ଚାଲାଣ କରିଛି ଭଞ୍ଜନଗର ପୋଲିସ୍ ।