ବିଜୁଳି ନଥିଲେ ବି ଆସୁଛି ବିଦ୍ୟୁତ ବିଲ୍

ସିନାପାଲି: ୧୮/୦୪ (ପରମେଶ୍ୱର
ମେହେର): ନୂଆପଡା ଜିଲ୍ଲା ସିନାପାଲି ଗ୍ରାମ ପଞ୍ଚାୟତରେ ବିଦ୍ୟୁତ ବିଭାଗର ବିଲ୍ ପ୍ରସଙ୍ଗକୁ ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି । ଲୋକମାନଙ୍କ ଅଭିଯୋଗ
ଅନୁସାରେ, ବିନା ବିଜୁଳି କନେକ୍ସନ ରେ ମଧ୍ୟ ବହୁତ ରାଶିର ବିଦ୍ୟୁତ ବିଲ୍ ଆସୁଛି, ଯାହା ପ୍ରଶାସନ ଓ ବିଦ୍ୟୁତ ବିଭାଗର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ
ଉଠାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, SDO ଓ ESO ସୁରର କିଛି କର୍ମଚାରୀଙ୍କ ମଧ୍ୟରେ “ସେଟିଂ” ହୋଇ ମନମାନି ଭାବରେ ବିଲ୍ ତିଆରି ହେଉଛି । ଗ୍ରାମ ପଞ୍ଚାୟତ ମାନଙ୍କରେ
କେତେ ୱାଟ୍‌ର ବଲବ, କେତେ ଗୋଟି କେତେ ସମୟ ଜଳୁଛି, ସେଥ୍‌ର ଠିକ୍ ହିସାବ ନକରି ମନମାନୀ ବିଲ୍ ଉଠାଯାଉଥ‌ିବା ଅଭିଯୋଗ ମିଳିଛି । ଏହା ସହିତ କେତେ ଯାଗାରେ ୧ ଲକ୍ଷ
ଟଙ୍କାର ବିଲ୍ କେବଳ ୩୦ ହଜାର ଟଙ୍କାରେ ସେଟଲମେଣ୍ଟ ହେଉଥିବା ମଧ୍ୟ ଅଭିଯୋଗ ଉଠିଛି, ଯାହାର ଅନିୟମିତତାର ସନ୍ଦେହ ଆଉ ଗଭୀରତାର ସହ ପ୍ରଶ୍ନ ଉଠୁଛି । ରାବଣ ଛକ୍‌ରେ ପ୍ରାୟ ଦୁଇ ବର୍ଷ ହେଲା ମିନି ହାଇମାଷ୍ଟ ଲାଇଟ୍ କେବଳ ଖମ୍ବାରେ ଝୁଲି ରହିଛି, ଚାଲୁ ନାହିଁ । ତଥାପି,ସେହି ଲାଇଟ୍ ପାଇଁ ବିଲ୍ ନିୟମିତ ଆସୁଥୁବା ଦେଖାଯାଇଛି । ସେହି ଭଲି ଗାୟତ୍ରୀ ଛକ୍ ଏବଂ କାପସୀ ବରଗଛ ଛକ୍, ବ୍ଳକ୍ ଛକ୍ (କଲୋନୀ) ଠାରେ ମଧ୍ଯ ମିନି ହାଇମାଷ୍ଟ ଲାଇଟ୍ ଲାଗିଛି, କିନ୍ତୁ
ବର୍ଷବର୍ଷ ଧରି ଲାଇଟ୍ ଗୁଡାକ ଜଳୁ ନଥିବା ସଙ୍ଗେ ଲକ୍ଷ ଲକ୍ଷ ଟଙ୍କାର ସିନାପାଲି ଗ୍ରାମପଞ୍ଚାୟତକୁ ଷ୍ଟ୍ରିଟ ଲାଇଟ ପାଇଁ ବିଲ୍ ଆସୁଥିବାରୁ ଟଙ୍କା ପଇଠ କରିବାରେ ଗ୍ରାମ ପଞ୍ଚାୟତ ଅସମର୍ଥ । ଗତ ୨୪ ମାସରେ କେବଳ ସିନାପାଲି ପଞ୍ଚାୟତରୁ ପ୍ରାୟ ୧୯ ଲକ୍ଷ ଟଙ୍କା ବିଦ୍ୟୁତ ବିଲ୍ ଭାବରେ ଦେୟ ହୋଇଥିବା ବେଳେ, ଆଉ ୭ ରୁ ୮ ଲକ୍ଷ ଟଙ୍କା ବକେୟା ରହିଛି । ଏହି
ବକେୟା ଟଙ୍କା ପାଇଁ ବିଦ୍ୟୁତ ବିଭାଗ ଟାଉନର ଅନେକ ସ୍ଟିଟ୍ ଲାଇଟ୍ କାଟି ଦେଇଥିବା ଅଭିଯୋଗ ମିଳିଛି, ଯାହା ଲୋକମାନଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି । ସିନାପାଲି
ସରପଞ୍ଚ ଏହି ସମସ୍ୟା ନେଇ ପୂର୍ବରୁ ତିନିଥର ଆଲୋଚନା ଓ ଲିଖୂତ ଅଭିଯୋଗ କରିଥିଲେ ମଧ୍ୟ, ବିଭାଗ ପକ୍ଷରୁ କୌଣସି ସୃଷ୍ଟ ପଦକ୍ଷେପ ନିଆଯାଇନାହିଁ । ୧୨ ମାର୍ଚ୍ଚ ୨୦୨୬ ତାରିଖରେ ମଧ୍ୟ ବିବାଦୀୟ ପ୍ରସଙ୍ଗ ଗୁଡ଼ିକର ତାଲିକା ସହିତ ଏକ ଚିଠି ଦିଆଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ
କୌଣସି ସମାଧାନ ମିଳିନାହିଁ । ଗ୍ରାମ ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟ ପାଇଁ ସରକାର ତରଫରୁ ଆର୍ଥିକ ବର୍ଷରେ ସମୁଦାୟ ୩୩/୩୪ ଲକ୍ଷ ଟଙ୍କା ଆସୁଥିବା ବେଳେ ଗ୍ରାମ ପଞ୍ଚାୟତ କିପରିଭାବରେ ସେହି ସିମିତ ସମ୍ବଳରୁ ବିକାଶମୂଳକ କାର୍ଯ୍ୟ ନକରି ୧୨/୧୩ ଲକ୍ଷ କେବଳ ଇଲେକ୍ଟ୍ରିକ ବିଲ୍ ପଇଠ କରିବା ସରପଞ୍ଚଙ୍କ କହିବା ଅନୁସାରେ ଗ୍ରାମପଞ୍ଚାୟତରେ ବ୍ୟବହାର ହେଉଥିବା ଏତିକି ଇଲେକ୍ଟ୍ରିକ ବିଲ୍ ଯଦି ଆସେ, ତାହେଲେ ସୁରୁଖୁରୁରେ ସମସ୍ତ ଇଲେକ୍ଟ୍ରିକ ବିଲ୍ ଟଙ୍କା ପଇଠ କରାଯିବ । କେବଳ ଏତିକି ନୁହେଁ ଏ ଅଂଚଳରେ ବିଦ୍ୟୁତ ବିଭାଗର ମନାମାନୀ ଏବଂଟାଉଟର କହିଲେ ନ ସରେ । କେଉଁଠି କିଛି ସମସ୍ୟା ଥିଲେ ବର୍ଷବର୍ଷ ଧରି ସମାଧାନ କରାଯାଉନାହିଁ ଯାହାଫଳରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି,
ବିଦ୍ୟୁତ ବିଭାଗୀୟ ସମସ୍ୟା ବିଷୟରେ ପୂର୍ବରୁ ଅନେକ ଥର ଖବର କାଗଜରେ ମଧ୍ଯ ପ୍ରସାରିତ ହୋଇଥିଲା । ଅନେକ ଲୋକଙ୍କ ଅଭିଯୋଗ ହେଉଛି ଯେ ଯେତିକି ଲୋକେ ବିଦ୍ୟୁତ ବ୍ୟବହାର
କରୁଛନ୍ତି ତାଠାରୁ ଢେର ଅଧୂକ ଗୁଣା ଟଙ୍କା ବିଲ ଆସୁଛି ଏବଂ ବିଭାଗୀୟ କର୍ମଚାରୀ ମାନେ ଟଙ୍କା ଆଦାୟ ସମୟରେ ଧମକ ଦେବାକୁ ମଧ୍ୟ ପଛାଉନାହାନ୍ତି । ସ୍ଥାନୀୟ ଲୋକମାନଙ୍କ ଦାବି ହେଉଛି, ଯେଉଁ ସମସ୍ତ ଲାଇଟ୍ ବାସ୍ତବରେ ଚାଲୁ ଅଛି, ସେଗୁଡ଼ିକୁ ଗଣନା କରି ସଠିକ୍ ଏବଂ
ପ୍ରକୃତ ବିଲ୍ ତିଆରି କରାଯାଉ । ଏହା ସହିତ ବିଦ୍ୟୁତ ବିଭାଗ ତରଫରୁ ସୃଷ୍ଟତା ଓ ପ୍ରତି ଦାୟିତ୍ଵ ନିଶ୍ଚିତ କରାଯିବାକୁ ମଧ୍ଯ ଦାବି ଉଠିଛି । ବର୍ତ୍ତମାନ ସମୟରେ ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି, ଏବଂ ସାଧାରଣ ଲୋକ ଏହାର ଶୀଘ୍ର ସମାଧାନ ପାଇଁ ପ୍ରଶାସନଙ୍କ ହସ୍ତକ୍ଷେପ ଆଶା କରୁଛନ୍ତି ।