ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପୁରୀ ୨୦/୪ (ବଳରାମ ତ୍ରିପାଠି):ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଆଜି ନିମାପଡା ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଏଥିରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ ୩୪ ଗୋଟି ଅଭିଯୋଗ ମିଳିଥିଲା।ସେଥିରୁ ୩୧ ଗୋଟି ବ୍ୟକ୍ତିଗତ,୩ ଗୋଟି ଗ୍ରାମ ସମ୍ବନ୍ଧୀୟ ରହିଥିଲା।ତତକ୍ଷଣାତ ୨ ଗୋଟି ଅଭିଯୋଗ ର ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗ ଗୁଡିକ ର ଆଇନ ଅନୁସାରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ମାନଙ୍କୁ ପ୍ରେରଣ କରାଯାଇଥିଲା।ଏହି ଶୁଣାଣୀ ରେ ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ,,ଏସଡିପିଓ ଜନାର୍ଦ୍ଦନ ପାଢ଼ୀ, ନିମାପଡା ବିଡ଼ିଓ ଡ ଅଭିଜିତ ଷଡ଼ଙ୍ଗୀ,ସତହସିଲଦାର ଡ ମନୋଜ କୁମାର ପ୍ରଧାନ,ଅଭିଯୋଗ ଶୁଣାଣୀ ଅଧିକାରୀ ବିବେକାନନ୍ଦ ସାହୁ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ଆସନ୍ତା ୨୭ ତାରିଖ ପୂର୍ବାହ୍ନ ୭ ଘଟିକା ରୁ ୧୦ ଘଟିକା ପର୍ଯ୍ୟନ୍ତ କଣାସ ବ୍ଲକ ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଜଣାଯାଇଛି।