ଭଞ୍ଜନଗର ଡାକ୍ତରଖାନା ରେ ଯୁବତୀ ଙ୍କ ମୃତ୍ୟୁ କୁ ନେଇ ଚାପା ଉତ୍ତେଜନା

ଭଞ୍ଜନଗର ୨୦/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଆଜି ଭଞ୍ଜନଗର ଡାକ୍ତର ଖାନାରେ ଦେଖିବାକୁ ମିଳିଥିଲା ଉତ୍ତେଜନା। ଜଣେ ଯୁବତୀଙ୍କ ଚିକିତ୍ସା ସମୟରେ ମୃତ୍ୟୁକୁ ନେଇ ପରିବାର ଲୋକେ ଡାକ୍ତର ଙ୍କ ବିରୁଦ୍ଧରେ ଆଣିଛନ୍ତି ସଙ୍ଗିନ ଅଭିଯୋଗ।

ସୂଚନାଯୋଗ୍ୟ ଯେ ବେଲଗୁଣ୍ଠା ବ୍ଲକ ସୋରଡ ଗ୍ରାମର ସାଲିନା ସ୍ୱାଇଁ, ବୟସ( ୨୦) ବର୍ଷ ସାମାନ୍ୟ ପେଟ କାଟୁ ଥିବା ଯୋଗୁ ଗତ କାଲି ରାତ୍ର ରେ ଆସିଥିଲେ ଓ ବେଡ଼ ରେ ଆଡ଼ମିଟ ହେଲାପରେ ମଧ୍ୟ ଦୀର୍ଘ ସମୟ ଧରି କୌଣସି ଡାକ୍ତର, ନର୍ସ ଆସି ନ ଥିଲେ କିନ୍ତୁ ବାରମ୍ବାର ଡାକିବା ପରେ ଜଣେ ଡାକ୍ତର ଗୋଟେ ଇଂଜେକସନ ଦେଇଥିଲେ ଓ ପରେ ପରେ ଶରୀର ସମ୍ପୂର୍ଣ୍ଣ ଥଣ୍ଡା ହୋଇଥିଲା ,ଏସବୁ ଦେଖି ପରିବାର ଲୋକେ ପୁଣି ଡାକ୍ତର ଙ୍କୁ ଡାକିଥିଲେ କିନ୍ତୁ ଘଣ୍ଟାଏ ପର୍ଯ୍ୟନ୍ତ ଆସି ନ ଥିଲେ କିନ୍ତୁ ପୁଣି ବାରମ୍ବାର ଡାକିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବତୀ ଙ୍କ ମୃତ୍ୟୁ ପରେ ଗ୍ରାମବାସୀ ଓ ପରିବାର ଲୋକେ ଭଞ୍ଜନଗର ଡାକ୍ତରଖାନା ଭିତରେ ପାଟି ତୁଣ୍ଡ କରିଥିଲେ।ସେମାନଙ୍କ ଅଭିଯୋଗ ସାମାନ୍ୟ ପେଟ ଦରଜ ରୋଗ କୁ ମଧ୍ୟ ଭଞ୍ଜନଗର ଡାକ୍ତର ଖାନା ର ଡାକ୍ତର ମାନେ ଚିକିତ୍ସା କରି ପାରୁ ନାହାନ୍ତି।ତେଣୁ ଯେଉଁ ଭଞ୍ଜନଗର ଡାକ୍ତରଖାନା କୁ ଲୋକେ ଭଲ ଚିକିତ୍ସା ଟିକେ ପାଇବା ପାଇଁ ଆସନ୍ତି ସେଠାରେ ରୋଗୀ ଓ ସମ୍ପର୍କୀୟ ମାଡ ଖାଉଛନ୍ତି ତ କେତେବେଳେ ଭୁଲ ରକ୍ତ ପରୀକ୍ଷା ରେ ଜୀବନ ଯାଉଛି ତ କେତେବେଳେ ଭୁଲ ଚିକିତ୍ସା ରେ ଚାଲି ଯାଉଛି ନିରୀହ ଜୀବନ। ତେଣୁ ଏଠି ଦେଖିବାକୁ ବାକି ରହିଲା କେବେ ସୁଧୁରିବ ଭଞ୍ଜନଗର ଡାକ୍ତର ଖାନା ର ଚିକିତ୍ସା ବ୍ୟବସ୍ଥା ।