
ଚୌଦ୍ୱାର (ଶିବବ୍ରତ ଦାସ )ସ୍ଵଛ ଭାରତ ଅଭିଜାନରେ କେନ୍ଦ୍ର ଓ ରାଜ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ମାତ୍ର ତାହା କିପରି ବ୍ୟବହାର ଓ କେଉଁ ମାଧ୍ୟମରେ ହେଉଛି ସେଥିପ୍ରତି କାହାର ନିଘା ନାଇଁ କେବଳ ମୋଟା ଲଫାଫା ମିଳିଗଲେ ସମସ୍ତେ ଶାନ୍ତି. ଚୌଦ୍ୱାର ପୌରପାଳିକା ଏଭଳି ଏକ ସଂସ୍ଥା ଯାହା ସର୍ବଦା ସମଗ୍ର ରାଜ୍ୟରେ ଚର୍ଚ୍ଚାରେ ରୁହେ ଦୁର୍ନୀତି ପାଇଁ. କାରଣ ସଫେଇ ଠିକାସଂସ୍ଥା, ବିଭାଗୀୟ ଅଧିକାରୀ ଓ ନିର୍ବାହୀ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ହନ୍ତସନ୍ତ ଚୌଦ୍ୱାର ପୌରବାସୀ. ରାସ୍ତା, ଡ୍ରେନ, ଅଳିଆ ସଠିକ ସମୟରେ ଉଚିତ ଜାଗାରୁ ଉଠୁନାହିଁ ମାତ୍ର ପ୍ରଶାସନ ବାହାପିଆ କଥାରେ କୁହେ ସ୍ୱଚ୍ଛ ଚୌଦ୍ୱାର ଓ ଶବଳ ଚୌଦ୍ୱାର. ବର୍ତମାନ ଗ୍ରୀଷ୍ମ ପ୍ରବାହ ନିମନ୍ତେ ପୌର ପାଳିକା ପକ୍ଷରୁ ସ୍ୱଚ୍ଛ ଜଳ ଛତ୍ର ମାନ କରାଯାଇଛି. କିନ୍ତୁ ଉକ୍ତ ସ୍ୱଚ୍ଛ ଜଳଛତ୍ର କୁ ଜଳପାନ କରିବାକୁ ଆସୁଥିବା ବାଟୋଇ ଜଳଛତ୍ରର ଚତୁର୍ପାଶ୍ୱର ଅସ୍ଵଛ ପରିବେଶ ଦେଖି ନିଜ ତୃଷା କୁ ବଞ୍ଚାଇ ରଖି ନିକଟସ୍ଥ କୌଣସି ଦୋକାନରୁ ପାଣି ବୋତଲ କିଣି ଥାଏ କାରଣ ଚୌଦ୍ୱାର ପୌର ପାଳିକାର ସଫେଇ ଠିକାସଂସ୍ଥା ଏସବୁ କୁ ନଜର ଅନ୍ଦାଜ କରିଥାଏ. କାରଣ ମାସିକିଆ ଲଫାପା ଦେଇ ପାରିଷଦ ଓ ପ୍ରଶାସନ କୁ ନିଜ ପକେଟରେ ରଖି ବ୍ୟବହାର କରିଥାଏ. ମାତ୍ର ସାଧାରଣ ଲୋକଙ୍କ ଟିକସ ପଇସାରେ ଚାଲୁଥିବା ପୌର ପ୍ରଶାସନ କଣ ପାଇଁ ସ୍ୱଚ୍ଛ ପରିବେଶ ସୃଷ୍ଟି ପାଇଁ ତପ୍ତର ନୁହେଁ. ସ୍ୱଚ୍ଛ ଭାରତ ଅଭିଯାନ କଣ ନାମକୁ ମାତ୍ର ଚୌଦ୍ୱାର ପୌର ପାଳିକାରେ ଦୁର୍ନୀତି ଅଧିକା ତେଣୁ ସଫେଇ କର୍ମଚାରୀଙ୍କ ନିକଟରୁ ନେଇ ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ସଫେଇ ନାଁରେ ଚୌଦ୍ୱାର ବାସୀଙ୍କୁ ଲୁଣ୍ଠନ କରୁଛନ୍ତି।