
ଯାଜପୁର (ଅଭିମନ୍ୟୁ ମିଶ୍ର ଜିଲ୍ଲା ପ୍ରତିନିଧି ଓଡିଶା ଟୁଡେ) : ପରିବେଶ ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ବୁଧବାର ଦିନ କାରଖାନା ପରିସରରେ ଏକ ବୃହତ ଚାରାରୋପଣ କାର୍ଯ୍ୟକ୍ରମ ସହ ପୃଥିବୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମିୟାୱାକି ଜଙ୍ଗଲ ସୃଷ୍ଟି କରିବାର ଏକ ମହତ୍ତ୍ୱାକାଂକ୍ଷୀ ଯୋଜନାର ଅଂଶ ଭାବରେ ୧,୪୦୦ଟି ଚାରା ରୋପଣ କରାଯାଇଛି
ଏହି ଉତ୍ସବରେ ଟାଟା ଷ୍ଟିଲ କଳିଙ୍ଗନଗରର ମେକାନିକାଲ ମେଣ୍ଟେନାନ୍ସ ଚିଫ ଶଙ୍କର ବିଶ୍ୱାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଇଲେକ୍ଟ୍ରିକାଲ ମେଣ୍ଟେନାନ୍ସ ଚିଫ ପଙ୍କଜ ଭୁରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶିଳ୍ପାୟନର ଅଭିବୃଦ୍ଧି ଏବଂ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଦିଗରେ ଏପରି ସବୁଜ ପଦକ୍ଷେପ କିଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ, ସେ ସମ୍ପର୍କରେ ଉପସ୍ଥିତ ଅତିଥିମାନେ ଆଲୋକପାତ କରିଥିଲେ।
ପରିବେଶ ବିଭାଗ ଦ୍ୱାରା ଆୟୋଜିତ ଏହି ଚାରା ରୋପଣ କାର୍ଯ୍ୟକ୍ରମ, ଦୀର୍ଘସ୍ଥାୟୀ ଏବଂ ଏକ ସବୁଜ ଭବିଷ୍ୟତ ଗଠନ ଦିଗରେ ଟାଟା ଷ୍ଟିଲର ପ୍ରତିବଦ୍ଧତାକୁ ସୂଚାଉଛି।