ଭଞ୍ଜନଗରରେ ଜନ ଆକ୍ରୋଶ ମହିଳା ସମାବେଶ

ଭଞ୍ଜନଗର ୨୫/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ନାରୀଶକ୍ତି ବନ୍ଦନ ଅଧିନିୟମକୁ ସଂସଦରେ ପାରିତ କରିବାରେ କଂଗ୍ରେସ ନେତୃତ୍ବାଧୀନ ବିରୋଧୀମାନେ ପ୍ରତିବନ୍ଧକ ସାଜିଥିଲେ। ଏହି ବିଲ୍ ବିରୋଧରେ ଭୋଟିଂ ଦେଇ ବିରୋଧୀ ଦଳଗୁଡ଼ିକ ରାଜନୀତ କ୍ଷେତ୍ରରେ ମହିଳା ମାନଙ୍କ ଭାଗିଦାରୀ ଚାହୁଁ ନାହାନ୍ତି। ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଅଧିନିୟମ ଆଣିଥିଲେ ତାହା ପୁରଷ ଓ ମହିଳାମାନଙ୍କ ମଧ୍ୟରେ ରାଜନୀତି କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିପାରିବ। ଏହି ଅଧିନିୟମ ଏକାନ୍ତ ଆବଶ୍ୟକ ବୋଲି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ କହିଛନ୍ତି।

ଘୁମୁସର(ଭଞ୍ଜନଗର )ସାଂଗଠନିକ ଜିଲ୍ଲା ସଭାପତି ନିଳମାଧବ ପାତ୍ରଙ୍କ ପୌରହିତ୍ୟର ଭଞ୍ଜନଗର ସହରର ମୁଖ୍ୟ ରସ୍ତାରେ ଭାଜପା ପକ୍ଷରୁ ଆୟୋଜିତ ଜନ ଆକ୍ରୋଶ ମହିଳା ସଭାରେ ଯୋଗଦେଇ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ବିଜଦ ଓ କଂଗ୍ରେସ ଉପରେ ବର୍ଷିଛନ୍ତି।

ଆସିକା ସାଂସଦ ଅନିତା ଶୁଭଦର୍ଶିନୀ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ କହିଛନ୍ତି ଯେ, ରାଜନୀତିରେ ମହିଳାଙ୍କ ସଂରକ୍ଷଣ ବିଲ୍‌କୁ ବିରୋଧ କରି ବିରୋଧୀ ନିଜର ଅସଲ ଚେହେରା ଦେଖାଇଛନ୍ତି। ମହିଳାମାନଙ୍କୁ ଦେଶର ଶୀର୍ଷ ସ୍ଥାନରେ ବିରୋଧୀ ଦେଖିବାକୁ ଚାହୁଁନାହାନ୍ତି ବୋଲି କହିଥିଲେ। ସେଥ‌ିପାଇଁ ମହିଳାମାନେ ଏକତ୍ରିତ ହୋଇ ଏହାର ଜବାବ ଦିଅନ୍ତୁ ବୋଲି ସେ କହିଥଲେ ।