
ଛତ୍ରପୁର,୨୫/୦୪, (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ୨୦୦୫ ମସିହା ସୂଚନା ଅଧିକାର ଆଇନ (RTI) ପ୍ରତ୍ୟେକ ନାଗରିକଙ୍କୁ ସରକାରୀ ତଥ୍ୟ ମାଗିବାର ଅଧିକାର ଦେଇଛି । ଏହା ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି କରିବାରେ ସହାୟକ ହେବା ପାଇଁ ଆଇନ ପ୍ରସ୍ତୁତ ହୋଇଥିଲା । ତେବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ଡ. ଗୀତାଞ୍ଜଳି ଦାସ ଦାୟିତ୍ବ ନେବା ପରଠାରୁ ଏକ ପାଖିଆ ଦୁର୍ନୀତିରେ ଉବୁଟୁବୁ ହୋଇପଡ଼ିଛି ବିଶ୍ବବିଦ୍ୟାଳୟ । ଫଳରେ ଅନେକ ଛାତ୍ରଛାତ୍ରୀ ବରିଷ୍ଠ ନାଗରିକ ତଥା ଶିକ୍ଷାବିତ ମାନେ ବିଶ୍ବବିଦ୍ୟାଳୟର ବିଭିନ୍ନ ତଥ୍ଯ ଆରଟିଆଇ ମାଧ୍ୟମରେ ମାଗିଲେ ଦିଆଯାଉନାହିଁ କୌଣସି ସଠିକ୍ ତଥ୍ୟ। ତେଣେ ଅନେକ ଆପିଲେଟ ଅଥରିଟି ଯିବା ପାଇଁ ବାଧ୍ଯ ହେଉଛନ୍ତି । ଏବଂ ଅନେକାଂଶରେ ଅପିଲରେ ମଧ୍ଯ ସନ୍ତୋଷଜନକ ଉତ୍ତର ମିଳୁନଥିବା ଅଭିଯୋଗ ହୋଇଛି ।
ଗୋପାଳପୁର ନିର୍ବାଚନ ମଣ୍ଡଳୀର ଜନୈକ ସାମାଜିକ କର୍ମୀ ଯୁବନେତା ନୀଳକଣ୍ଠ ରେଡି କୁହନ୍ତି ଯେ “ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଦୁର୍ନୀତିର ଏନ୍ତୁଡ଼ିଶାଳ, ଆମେ ଅନେକ କାର୍ଯ୍ଯର ତଥ୍ଯ ‘ଆରଟିଆଇ” ମାଧ୍ୟମରେ ମାଗିଛୁ, ହେଲେ ଆଜି ଯାଏ କାଁ ଭାଁ ଛାଡିଦେଲେ କୌଣସି ପ୍ରକାର ତଥ୍ଯ ସଠିକ ଭାବେ ମିଳିପାରିନି । ଯାହା ଫଳରେ ମୁଁ ଅପିଲକୁ ଯାଇଛି , ସେଠି ମଧ୍ଯ ନିରାଶ ହେବାକୁ ପଡିଛି । ଏ ନେଇ ମୁଁ ଆଗାମୀ ଦିନରେ ନ୍ଯାୟାଳୟର ଆଶ୍ରୟ ନେବାକୁ ସ୍ଥିର କରିଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ଯ କହିଛନ୍ତି କି ବିଶ୍ବବିଦ୍ୟାଳୟର ସ୍ପୋର୍ଟସ କାଉନସିଲ୍ ଏବେ ଦୁର୍ନୀତିର ହବ ପାଲଟିଛି । ଖେଳ ନାମରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଉଛି । ଦୁର୍ନୀତିଗ୍ରସ୍ଥ କାଉନସିଲ ଷ୍ଟାପ ମାନଙ୍କ ମଧ୍ଯରେ ଏ ନେଇ ପ୍ରବଳ ଦ୍ବନ୍ଦ ଦେଖାଦେଇଛି, ଯାହାଫଳରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଦୁର୍ନୀତି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ।
ଖୁବଶୀଘ୍ର ଏ ସମସ୍ତ ଦୁର୍ନୀତିର ତଥ୍ଯ ପ୍ରଦାନ କରାଯିବ ବୋଲି ମଧ୍ଯ ସେ କହିଛନ୍ତି । ଏବଂ ସ୍ପୋର୍ଟସ କାଉନସିଲ ଦୁର୍ନୀତି ସଂପର୍କିତ ଯେକୌଣସି ଦିଗକୁ ଯଦି ଛାନଭିନ କରାଯାଏ କିମ୍ୱା କୌଣସି ପ୍ରଶ୍ନ ପଚରାଯାଏ ତେବେ କର୍ମଚାରୀ ମାନେ କିଛି ଜାଣିନୁ,” ୱାଡେନ ଗଣେଶ ସେଠୀ “ଙ୍କ ମତ ପ୍ରକାରେ ଯାହା ଖର୍ଚ୍ଚ କରାଯାଉଥିବା କୁହନ୍ତି । ତାଙ୍କ ପରାମର୍ଶରେ ସେମାନେ କାମ କରୁଥିବା ବୋଲି କୁହନ୍ତି ।
ତେବେ ସର୍ବସାଧାରଣରେ ଆଲୋଚନା ଯେ ନିଜକୁ କୁଳପତିଙ୍କ ରାଇଟ ହ୍ୟାଣ୍ଡ କହି ବୁଲୁଥିବା ପ୍ରଫେସର ଡ. ଗଣେଶ ସେଠୀ କିଭଳି ବିଶ୍ବବିଦ୍ୟାଳୟର ବଡ ବଡ ବଜେଟର କାର୍ଯ୍ୟକ୍ରମ ନିଜ ହାତକୁ ନେଇଥାନ୍ତି ତାହା ଏବେ ସନ୍ଦେହ ଓ ଚର୍ଚ୍ଚାର ବିଷୟ ପାଲିଟିଛି ।