
ବୋଡେ଼ନ : ତା:୨୭.୦୪.(ପରମେଶ୍ୱର ମେହେର )ଆସନ୍ତା ମଇ ୧ ତାରିଖ ଦିନ ବୈଶାଖ ମେଳା ଅନୁଷ୍ଠିତ ହେବାକୁ ଥିବା ବେଳେ ପାଲନ ନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଅଛି। ବୈଶାଖ ମେଳା ପାଇଁ ଅଲେଖ ମଠ ପରିସର ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି। ବୈଠକ ରେ ମୁଖ୍ୟ ଅତିଥି ରୂପେ ଲମ୍ବୋଦର ନିଆଁଲ ଯୋଗ ଦେଇ ବୈଶାଖ ମେଳା କୁ ଅତି ଭବ୍ୟ ଏବଂ ଦିବ୍ୟ କରିବା ସହ ଆସିବାକୁ ଥିବା ହଜାର ହଜାର ସଂଖ୍ୟକ ଭକ୍ତଙ୍କ ସୁ-ବନ୍ଧୋବସ୍ତ, ଯାତାୟାତ ସୁବିଧା, ଶାନ୍ତି ଶୃଙ୍ଖଳା ରେ ବୈଶାଖ ମେଳା ପାଳନ ନେଇ ଆହ୍ୱାନ କରିଥିଲେ।ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ଯାନବାହନ ପାର୍କିଂ ସୁବିଧା, ବୈଶାଖ ପୂର୍ଣ୍ଣିମା ବୁଡ ଦେବା ପାଇଁ ମଧ୍ୟ ଅନେକ ବ୍ୟବସ୍ଥା ହାତକୁ ନେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ବୋଡ଼େନ ପାତାଲଗଙ୍ଗା ମଠାଧୀଶ, ବାବା ମାନେ ସାମିଲ ହୋଇ ଘୃତ ପଡ଼ା ଜଗତ କଲ୍ୟାଣ ପାଇଁ ନାମ କୀର୍ତ୍ତନ ଉପରେ ଗୁରୁତ୍ୱ ଦେଇଥିଲେ।