
ଚୌଦ୍ଵାର(ଶିବବ୍ରତ ଦାସ ): ୫୫ ନମ୍ବର ଜାତୀୟ ରାଜପଥର କଜଳବଣୀ ଛକରୁ ବାହାରିଥିବା ଟାଙ୍ଗା-ଚୌଦ୍ଵାର ବ୍ଲକ୍ କାଣୀପଦା ପଞ୍ଚାୟତରେ ବାଣିପଦା ବନ୍ଦାଳ ପର୍ଯ୍ୟନ୍ତ ରାସ୍ତାର ଆଲୋକୀକରଣ ବ୍ୟବସ୍ଥା କରିବା ପାଇଁ ପଞ୍ଚାୟତବାସୀଙ୍କ ତରଫରୁ କଟକ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଟାଙ୍ଗୀ -ବୌଦ୍ଵାର ବ୍ଲକ୍ରେ ସୋମବାର ଆୟୋଜିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ବାଣିପଦା ସରପଞ୍ଚ ଦିଲ୍ଲୀପ କୁମାର ଭୋଇଙ୍କ ନେତୃତ୍ବରେ ଯୁବ ସଂଗଠକ ତୀର୍ଥନନ୍ଦ ସୁବୁଦ୍ଧିରାୟ, ଲକ୍ଷ୍ମଣ ରାଉତ, ସୁକାନ୍ତ ସ୍ଵାଇଁ, ଅଶୋକ ନାୟକ, ଦିଲ୍ଲିପ ସୁବୁଦ୍ଧିରାୟ, ଲୋକନାଥ ସୁବୁଦ୍ଧିରାୟ ପ୍ରମୁଖଙ୍କ ସମେତ ପଞ୍ଚାୟତର ବହୁ ନାଗରିକ ଜିଲ୍ଲାପାଳ ଦତ୍ତାତ୍ରେୟ ଜାଣି ସାହେବ ସିନ୍ଦେଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ପଞ୍ଚାୟତ ତରଫରୁ ଅଭିଯୋଗ କରାଯାଇଛି ଯେ ଗ୍ରାମ ଉନ୍ନୟନ ବିଭାଗଦ୍ବାରା ନିର୍ମିତ ପ୍ରାୟ ୩ ଜିମି ଦୀର୍ଘ ଏହି ରାସ୍ତାର ଉଭୟ ପାର୍ଶ୍ବରେ ଇଡ଼କୋ ଶିଳ୍ପାଞ୍ଚଳର ବହୁ ସଂଖ୍ୟକ ଶିଳ୍ପ
ଥିବାରୁ ଏହିସବୁ ଥୀରେ ଶ୍ରମିକ ଓ କର୍ମଚାରୀ ମାନେ ତଥା ଶିକ୍ଷାନୁଷ୍ଠାନର ଗାଡ଼ି ମିଟର ଯାତାୟତ ପାଇଁ ଦିବାରାତ୍ର ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ବାଣୀପଦା, ବନ୍ଦାନ, ଚାଙ୍ଗୁଡ଼ିଆ ଆଦି ଗ୍ରାମ ସହିତ ୩ଟି ପଞ୍ଚାୟତର ଜନସାଧାରଣଙ୍କର ଏହା ହେଉଛି ଯାତାୟତର ମୁଖ୍ୟ ମାଧ୍ୟମ। ଏଥି ସହିତ ଏହି ରାସ୍ତା କଡ଼ରେ ବହୁ ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ମାନ ରହିଛି ।ରାସ୍ତାରେ ସର୍ବଦା ଗାଡ଼ି ମଟର ଚଳାଚନ କଟୁଥିବାରୁ ରାତିରେ ପଥଚାରୀ ମାନେ ଅନେକ ସମୟରେ ଦୁର୍ଘଟଣାର ଶୀକାର ହେବା ନିତିଦିନିଆ ହୋଇଛି | ଅନ୍ଧକାରର ସୁଯୋଗ ନେଇ ରାତିରେ ରାସ୍ତାରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । ଏହି ରାସ୍ତାରେ ଦୁରନ୍ତ ଆଲୋକ ବ୍ୟବସ୍ଥା କରିବାପାଇଁ ରତ୍ନକୋ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେବାକୁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ପଞ୍ଚାୟତରେ ସରକାରୀ ଜମି କ୍ଲବର ଦଖଲକାରୀଙ୍କ ସଂଖ୍ୟା ବୃଦ୍ଧିପାଉଥିବା ଏବଂ ବହୁ ସଂଖ୍ୟକ ବେଆଇନ୍ ଜମି ପଟ୍ଟାଧାରୀ ରହିଥିବାରୁ ସେମାନଙ୍କ ପଟ୍ଟା ନାକଚ କରିବା ଓ କବର ଦଖଲ ଉଚ୍ଛେଦ କରିବା ପାଇଁ ପଞ୍ଚାୟତ ତରଫରୁ ଅନ୍ୟ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।