
ବୁଗୁଡ଼ା,୨୯/୦୪(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ ନଗୁଡୁ ଗ୍ରାମର ଏକ କୁକୁଡା ଫାର୍ମ ନିକଟରେ ଦୁଇ ବାଇକ୍ ଧକ୍କାରେ ଦୁଇ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ଗୁରୁତର ଦ୍ବୟ ହେଲେ ମାଣିତରା ଗ୍ରାମର ସୁଧାଂଶୁ ଶେଖର ରାଉତ (୨୬) ଓ ଖୋଳଖାଳି ଗ୍ରାମର ଭବାନୀ ଶଙ୍କର ବିଷୋୟୀ (୩୦)। ଘଟଣାରୁ ପ୍ରକାଶ ଯେ, ସୁଧାଂଶୁ ବାଇକ୍ ଯୋଗେ ମାଣିତରା ଗାଁରୁ ବୁଗୁଡା ଅଭିମୁଖେ ଆସୁଥିବା ବେଳେ ନଗୁଡୁ ଗ୍ରାମର ଏକ କୁକୁଡା ଫାର୍ମ ନିକଟରେ ଭବାନୀଙ୍କ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ସୁଧାଂଶୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ଭବାନୀଙ୍କ ବାମ ହାତ ଭାଙ୍ଗି ଯାଇଥିଲା। ଉଭୟଙ୍କୁ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେଦୁହିଁଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା।