ଅଜଣା ଗାଡି ଧକ୍କାରେ ୬ଟି ଗାଈ ମୃତ

ସୋରଡ଼ା ୨୯/୦୪ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ସୁରମଣି ଗାଁ ୫୯ ନମ୍ବର ଜାତୀୟ ରାଜପଥ ରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏକ ବଡ ଅଘଟଣ । ରାସ୍ତା ପାର୍ଶ୍ୱରେ କିଛି ଗାଈ ଶୋଇଥିଲେ ସେହି ଗାଈ ମାନଙ୍କୁ ଅଜଣା ଗାଡି ଧକ୍କା ଦେଇ ଚାଲଯାଇଛି। ଏହି ଦୁର୍ଘଟଣା ରେ ୬ଟି ଗାଈ ର ଜୀବନ ଚାଲିଯାଇଛି ।ତେବେ କେଉଁ ଗାଡ଼ି ଧକ୍କା ଦେଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ସୁରମଣୀ ଗାଁ ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।