ଶ୍ରମିକଙ୍କ ପାଇଁ ଜଳଛତ୍ର ଖୋଲିଲେ ବାଲିପଦର ବରିଷ୍ଠ ନାଗରିକ ମଞ୍ଚ

ବାଲିପଦର:୦୧/୦୫ ( ଵି. ପ୍ରକାଶଚନ୍ଦ୍ର ପାତ୍ର )
ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଠାରେ ଆଜି
ଶ୍ରମିକ ଦିବସ ଅବସରରେ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ କାଦପଡା ତନ୍ତୁବାୟ ସେବା ସମିତି ଠାରେ ଏକ ଜଳଛତ୍ର କେନ୍ଦ୍ର ଖୋଲା ଯାଇଛି। ପଥଚାରୀ, ଦିନ ମଜୁରିଆ, ଶ୍ରମିକ ମାନଙ୍କୁ ଅଂଶୁଘାତରୁ ରକ୍ଷାକରିବା ନିମନ୍ତେ ମଇ ଓ ଜୁନ୍ ଦୁଇମାସ ପ୍ରଚଣ୍ଡ ରୌଦ୍ର ତାପ ହେବାର ସମ୍ଭାବନା ଥିବାରୁ ଏମିତି ମହତ ପଦକ୍ଷେପକୁ ବାଲିପଦର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ପଦକ୍ଷେପ ଗ୍ରହଣ କରିଛି। ଆଜିର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମଞ୍ଚ ସଭାପତି ଇଂ ବିପ୍ର ଚରଣ ପାତ୍ର, ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ, ବି. କ୍ରିଷ୍ଣା ରାଓ ଦୋରା, ମଙ୍ଗୁଳି ପାତ୍ର,ଲକ୍ଷ୍ମଣ କୁମାର ଜେନା, ପଦ୍ମଲୋଚନ ଗୌଡ, ନରସିଂହ ପାତ୍ର, ଦ୍ବିତି କୃଷ୍ଣ ବିଶ୍ବାଳ,ଡ.ବି.ପ୍ରକାଶ ଚନ୍ଦ୍ର ପାତ୍ର,ବଂଶିଧର ବିଷୋୟୀ, ଇଂ. ମହେଶ୍ବର ଗୁରୁ, ଖଲିପାତ୍ର,କବିରାଜ ପରିଡ଼ା, ରାମହରି ମହାନ୍ତି, ଇ. ନିଳାଚଳ ପାତ୍ର ପ୍ରମୁଖ ଯୋଗଦେଇ ପଥଚାରୀଙ୍କୁ ପାନୀୟ ଜଳ ବଣ୍ଟନ କରିଥିଲେ।