ପରିକ୍ଷିତ ଟାଇଗର କଲେଜ ର ୧୩ ତମ ବାର୍ଷିକ ଉତ୍ସବ ପାଳିତ

ନୂଆପଡ଼ା (ପରମେଶ୍ୱର ମେହେର): ନୂଆପଡ଼ା ଜିଲ୍ଲା ଖଡିଆଳ ପରିକ୍ଷିତ ଟାଇଗର କଲେଜ ର ୧୩ ତମ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଖଡିଆଳ ବିଧାୟକ ଅଧିରାଜ୍ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ମଞ୍ଚାଶିନ ଥିବାବେଳେ ଖଡିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ସମ୍ମାନିତ ଅତିଥି ଭବରେ , ଅନ୍ୟତମ ଅତିଥି ଭାବରେ ଖଡିଆଳ ନଗର ପାଲ ଉଜ୍ବଳ ଗୁପ୍ତା, ବିଶିଷ୍ଟ ଅତିଥି ଭାବରେ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ସମ୍ମାନୀତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ବିଦ୍ୟାଳୟ ଉପଦେଷ୍ଟା ଲଲିତ ବାଗ, ବିଦ୍ୟାଳୟ ନିର୍ଦ୍ଦେଶକ ତେଜରାଜ୍ ବାଗ , ମୁଖ୍ୟ ବକ୍ତା ଭାବରେ ବିଦ୍ୟାଳୟ ଅଧ୍ୟାପକ ଗୋପୀନାଥ ପୁରୀ ପ୍ରମୁଖ ମଞ୍ଚାଶିନ ଥିଲେ। ପ୍ରିନ୍ସିପାଲ ଯୋଗେନ୍ଦ୍ର ମହାନନ୍ଦ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ। ଖଡିଆଳ ସହରରେ ୨୦୧୩ ବେଳକୁ କୌଣସି ଘରୋଇ କଲେଜ ନ ଥିବାବେଳେ ପରିକ୍ଷିତ ଟାଇଗର କଲେଜ ଆରମ୍ଭ କରି ଖଡିଆଳ ଅଞ୍ଚଳ ର ଶିକ୍ଷା କ୍ଷେତ୍ରର ମାନ ବୃଦ୍ଧି କରିଛନ୍ତି ବୋଲି ଶ୍ରୀ ପାଣିଗ୍ରାହୀ ନିଜ ଅଭିଭାଷଣରେ କହିଥିଲେ । ଝିଅମାନେ ପାଠୋଇ ହେଲେ ଦେଶ ଆଗକୁ ଯିବା ବୋଲି ଶ୍ରୀମତୀ ନନ୍ଦ ମହାଶୟ କହିଥିଲେ । ଆଦିବାସୀ ମହିଳା ଦ୍ରୋପଡ଼ି ମୂର୍ମୃ ନିଜକୁ ତିଆର କରି ଭାରତର ରାଷ୍ଟ୍ରପତି ହୋଇପାରିଛନ୍ତି ଏହି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମଧ୍ୟ ନିଶ୍ଚୟ ମହାନ୍ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରିବେ ବୋଲି ଅକ୍ଷୟ ନନ୍ଦ କହିଥିଲେ । ସ୍କୁଲ ଜୀବନ ହେଉଛି ମୂଲ୍ୟବାନ ସମୟ ସେହି ସମୟରେ ସଠିକ୍ ଭରେ ବିନିଯୋଗ କରିପାରିଲେ ମହାନ୍ ବ୍ୟତି ହୋଇ ପାରିବେ ବୋଲି ବିଦ୍ୟାଳୟର ଛାତ୍ର ଛାତ୍ରୀଂକୁ ଶ୍ରୀ ଗୁପ୍ତା ନିଜ ଅଭିଭାଷଣରେ କହିଥିଲେ ସେହିପରି ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ପରେ ଧନ୍ୟବଡ ଦେଇ କୃତି ଛାତ୍ର ଛାତ୍ରୀଂକୁ ମନ ପତ୍ର ସହିତ ପୁରସ୍କାର ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।