ଦଶମ ପରୀକ୍ଷା ଫଳ: ଭଞ୍ଜନଗର ସତ୍ୟ ସାଇ ବିଦ୍ୟା ବିହାରର ଶତ ପ୍ରତିଶତ ସଫଳତା

ଭଞ୍ଜନଗର ୦୨/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗରର ଓଡ଼ିଆ ମାଧ୍ୟମ କ୍ଷେତ୍ରରେ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଶ୍ରୀ ସତ୍ୟସାଇ ବିଦ୍ୟା ବିହାର ଏହାର ପୁରୁଣା ସଫଳତା ର ପୁନରାବୃତ୍ତି କରିଛି । ବିଦ୍ୟାଳୟର ଗୁରୁଜୀ ଗୁରୁମା ମାନଙ୍କ ଆଦର୍ଶ ଶିକ୍ଷାଦାନ ଏବଂ ଛାତ୍ରଛାତ୍ରୀ ମାନଙ୍କ ଅଦମ୍ୟ ପରିଶ୍ରମ ଫଳରେ ସମସ୍ତେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ବିଦ୍ୟାଳୟର ଶୁଭଶ୍ରୀ ସ୍ୱାଇଁ ୫୫୨ ଏବଂ ନନ୍ଦିନୀ ସେଠୀ ୫୪୦ ମାର୍କ ରଖି ଏ-୧ ଗ୍ରେଡ ରେ କୃତକାର୍ଯ୍ୟ ହୋଇଥିବା ବେଳେ କଲ୍ୟାଣୀ ଶିବ ପ୍ରସାଦ ୫୧୦ ଏବଂ ଅସ୍ଲେଶ ମହାରଣା ୪୮୯ ମାର୍କ ରଖି ଏ-୨ ଗ୍ରେଡ ରେ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ବି-୧ଗ୍ରେଡ ରେ ୭ ଜଣ, ବି-୨ ଗ୍ରେଡ ରେ ୯, ସି ଗ୍ରେଡ ରେ ୫ ଏବଂ ଡି ଗ୍ରେଡ ରେ ୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ବିଦ୍ୟାଳୟର ଏହି ସଫଳତା ପରେ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଏବଂ ଗୁରୁଜୀ ଗୁରୁମା । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଫଳତା ଆଗାମୀ ପିଢି କୁ ପ୍ରେରଣା ଯୋଗାଇବ ବୋଲି ଓଡ଼ିଶା ଟୁଡେ କୁ ପ୍ରତିକ୍ରିୟା ଦେଇଛନ୍ତି ଭଞ୍ଜନଗର ସତ୍ୟସାଇ ସେବା ସମିତି ଆବାହକ ଶ୍ରୀ ଅମ୍ବିକା କୁମାର ଶତପଥୀ ।