ଭଞ୍ଜନଗରରେ ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସଫଳତା

ଭଞ୍ଜନଗର:୦୨/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷାରେ ଚଳିତବର୍ଷ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର,ସତ୍ୟସାଇ ବିଦ୍ୟା ବିହାର, କୁଲାଡ କବି ସମ୍ରାଟ ବିଦ୍ୟାପୀଠ, ରାଇପଲି ହାଇସ୍କୁଲ,ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ମୋଟ ୧୯ ଜଣ ଛାତ୍ରଛାତ୍ରୀ ମାନେ ଏ ୱାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଢିହପଢ଼ାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ୧୧୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫ ଜଣ ଛାତ୍ରଛାତ୍ରୀ ଏ -୧ ଗ୍ରେଡ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନେ ହେଲେ ସଚ୍ଚିନ୍ଦ୍ର ପାଢ଼ୀ (୫୭୬ ମାର୍କ),ଆଶୁତୋଷ ଖାଡ଼ଙ୍ଗା(୫୬୯),ରାଧା ଗୋବିନ୍ଦ ସାହୁ(୫୬୮),ଆନନ୍ଦ କୁମାର ସେଠୀ(୫୬୬),ରାଜ କିଶୋର ପଟ୍ଟନାୟକ(୫୬୩),ଚିନ୍ମୟୀ ପ୍ରିୟଦର୍ଶିନୀ ନାୟକ(୫୬୦),ଇଶ୍ୱର ସାହୁ(୫୫୯), ଅଭିଶେକ ପଣ୍ଡା(୫୫୧),ଗାୟତ୍ରୀ ଦେବୀ(୫୫୦),ଅଭିଷେକ କୁମାର ନାୟକ(୫୪୭),ଆୟୁଷ ଆରୁଖ(୫୪୬),ତନ୍ମୟ ପଣ୍ଡା(୫୪୨),ନିଖିଲ ବେହେରା(୫୪୦),ଶ୍ରାବଣୀ ପ୍ରଧାନ(୫୪୦),ଦେବାଶିଷ ମିଶ୍ର(୫୪୦)। ସେହିପରି ସତ୍ୟସାଇ ବିଦ୍ୟା ବିହାରର ଦୁଇ ଜଣ ଛାତ୍ରଛାତ୍ରୀ ଏ -୧ ଗ୍ରେଡ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନେ ହେଲେ ଶୁଭଶ୍ରୀ ସ୍ୱାଇଁ(୫୫୨ ମାର୍କ),ନନ୍ଦିନୀ ସେଠୀ(୫୪୦)। ସେହିପରି କୁଲାଡ଼ କବି ସମ୍ରାଟ ବିଦ୍ୟାପୀଠର ଛାତ୍ର ଆଶୁତୋଷ ତ୍ରିପାଠୀ(୫୪୩), ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସନ୍ଧ୍ୟାରାଣୀ ସ୍ୱାଇଁ ୫୪୦ ମାର୍କ ଏବଂ ରାଇପଲ୍ଲି ହାଇସ୍କୁଲର ଛାତ୍ରୀ ସୋନାଲି ସାହୁ ମଧ୍ୟ ୫୪୦ ମାର୍କ ରଖି ଏ -୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।