
ଚୌଦ୍ୱାର (ଶିବବ୍ରତ ଦାସ ) ଚୌଦ୍ୱାର ଦେଉଳଚୁଆ ସ୍ଥିତ ପ୍ରଭୁ ଶ୍ରୀ ଲଷ୍ମୀନୃସିଂହ ମନ୍ଦିର ରେ ଠାକୁରଙ୍କ ଠାରେ ଯଜ୍ଞ ସହ ଜନ୍ମୋମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଉତ୍ସବ ର ପ୍ରାରମ୍ଭରୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ଅଙ୍କୁରାରୋପଣ, ଗୋ ପୂଜା, ସୂର୍ଯ୍ୟ ପୂଜା, ଭୂମି ପୂଜା ଭଳି ନୀତିକାନ୍ତି ମାନ ଅନୁଷ୍ଠିତ ହୋଇଥିଲା l ଗ୍ରାମ ମନ୍ଦିର ର ସଭାପତି ଶ୍ରୀମନ୍ତ କୁମାର ଜେନା କର୍ତା ହେବା ସହିତ ଠାକୁର ଙ୍କ ଐତିହ୍ୟ ଉପରେ ଆଲୋକପାତ କରିଥିଲେ l ସନ୍ଧ୍ୟା ସମୟରେ ଯଂଜ୍ଞ ସ୍ଥଳରେ ପଣ୍ଡିତ ମାନଙ୍କ ଦ୍ୱାରା ମହାଆଳତି କରାଯିବା ସହିତ ପ୍ରସାଦ ସେବନ ଓ ଘୋଡାନାଚ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଯଂଜ୍ଞ ପ୍ରାୟ ତିନି ଦିନ ଧରି ଚାଲିଥିବା ବେଳେ ଗ୍ରାମର ହଜାର ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ପ୍ରଭୁ ଶ୍ରୀ ଶ୍ରୀ ଲଷ୍ମୀନୃସିଂହ ଙ୍କ ଆଶିଷ ଲାଭ କରିଥିଲେ l