ବିଜେପି ର ଜନ ଆକ୍ରୋଶ ମହିଳା ସମାବେଶ

ସିନାପାଲି,୦୨/୦୫(ପରମେଶ୍ୱର ମେହେର ); ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ଶକ୍ତି କେନ୍ଦ୍ର ଧୁଙ୍ଗିଆମୁଣ୍ଡା ବୁତ୍ ଠାରେ ବୁଢା ଦେଓ ମଣ୍ଡଳ ସଭାପତି କୃତିବାସ ତେଜି ଙ୍କ ନେତୃତ୍ବରେ ସରକାର ଙ୍କ ସଂରକ୍ଷଣ ନୀତିକୁ ଇଣ୍ଡି ମେଣ୍ଟ ର ବିରୋଧ ରେ ଜନ ଆକ୍ରୋଶ ମହିଳା ସମାବେଶ ଓ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶ ରେ ବିଜେପି କାର୍ଯକର୍ତ୍ତା ଓ ଶତାଧିକ ମହିଳା ସଂଗଠିତ ହୋଇଥିଲେ । ଏହି ଅବସରରେ ରାହୁଲ ଗାନ୍ଧୀ, ନବୀନ ପଟ୍ଟନାୟକ, ମମତା ବାନାର୍ଜୀ, ଙ୍କ କୁଶ ପୁତ୍ତଳିକା ଦାହା କରଯାଇଥିଲା ।ଏହି ଜନ ଆକ୍ରୋଶ ମହିଳା ସମାବେଶ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଜିଲ୍ଲା ସଭାପତି ସୁବ୍ରତ କୁମାର ଠାକୁର, ମହିଳା ନେତ୍ରୀ ବୃନ୍ଦାବତୀ ଖର୍ସେଲ, ବୁତ୍ ସଭାପତି ଜିତେନ୍ଦ୍ର ଖର୍ସେଲ, ମଣ୍ଡଲ ପ୍ରଭାରୀ ଟଙ୍କଧର ନାଏକ, ସମ୍ପାଦକ କିଶୋର ସାହଣ୍ଡ, ଲିଲାମ୍ବର ନାଗ , ମଧୁସୁଦନ ନାଗ, ଯୁବମୋର୍ଚ୍ଚା ସଭାପତି କାମାକ୍ଷ ପ୍ରାସାଦ ମାଝି, ଜୟକୃଷ ଦଣ୍ଡସେନା, ଯଦୁମଣି ମାଝି, କିଶୋର ବାଗ, ଶଙ୍କର ସା , ଜୟଲାଲ ମାଝି,ଏବଂ ମହିଳା ମୋର୍ଚ୍ଚା ର ସମସ୍ତ ମାତୃଶକ୍ତି ସମେତ ଅନେକ ବିଜେପି କାର୍ଯକର୍ତ୍ତା ଓ ସମର୍ଥକ ଧୁଙ୍ଗିଆମୁଣ୍ଡା ର ଭାଟିପଡ଼ା ଠାରୁ ସମସ୍ତ ପଡ଼ା କୁ ଭ୍ରାମ୍ୟମାଣ ଶୋଭା ଯାତ୍ରା ଅନୁଷ୍ଠିତ କରିଥିଲେ ।