
ବୋଡେ଼ନ ,୦୨/୦୫ (ପରମେଶ୍ୱର ମେହେର):ଏକ ପିଢୀର ପାଖଣ୍ଡବାଦ ଅନ୍ୟ ପିଢୀ ପାଇଁ ପରମ୍ପରା, ସେହି ପରମ୍ପରା କ୍ରମାଗତ ଭାବେ ଅନ୍ୟ ପିଢୀ ପାଇଁ ସଂସ୍କୃତି ଓ ସେହି ସଂସ୍କୃତି ପରବର୍ତ୍ତୀ ପିଢୀ ପାଇଁ ଧର୍ମ ହୋଇ ଯାଏ ବୋଲି ପବିତ୍ର ବୁଦ୍ଧ ପୁର୍ଣିମା, ଭୀମ ଭୋଇ ଜୟନ୍ତୀ ଓ ବିଶ୍ବ ଶ୍ରମିକ ଦିବସ ୨୦୨୬ ଖଡିଆଲ ଠାରେ ପାଳନ ଓ ଆଲୋଚନା ଚକ୍ର ଅବସର ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜୁ ପଟ୍ଟନାୟକ କଲେଜ ର ଇଂରାଜୀ ପ୍ରାଧ୍ୟାପକ ସାମୁଏଲ ଦାନୀ ନିଜ ମତ ବ୍ୟକ୍ତ କରିଥିଲେ । ଏହି ସଭା ରେ ଭଗବାନ ବୁଦ୍ଧ ଦେବଙ୍କ ସତ୍ୟ,ଅହିଂସା ଓ ଶାନ୍ତିର ବାର୍ଭା କୁ ପାଥେୟ କଲେ ସୁନ୍ଦର ସମାଜ ଗଠନରେ ସହାୟକ ହେବ ବୋଲି ବିଭିନ୍ନ ବକ୍ତା ମତ ପୋଷଣ କରିଥିଲେ । ବରିଷ୍ଠ ଓକିଲ ତଥା ସମାଜିକ କର୍ମୀ କିଶୋର ବାଗ ଙ୍କ ଅବାହନ କ୍ରମେ ବରିଷ୍ଠ ଶିକ୍ଷକ ଧନୁ ବାଗ ସଭାପତିତ୍ଵ କରିଥିବା ବେଳେ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ମହେନ୍ଦ୍ର ଜଗତ, ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ମହିଳା ବିଦ୍ୟାଳୟ ଅଧ୍ୟାପକ ଜିତେନ୍ଦ୍ର ସୁନା, ଅବସର ପ୍ରାପ୍ତ ବନବିଭାଗର ମୁଖ୍ୟ କିରାଣୀ ଛବି ସାଗର,ସମାଜିକକର୍ମୀ ମାନ ଭଞ୍ଜନ ବଘେଳ ନିଜ ନିଜ ବକ୍ତବ୍ୟ ଉପସ୍ଥାପିତ କରିଥିଲା ବେଳେ ସମାଜ କର୍ମୀ ଦିଲ୍ଲୀପ ମହାନନ୍ଦ, ରାଜୀବ ପାଣ୍ଡେ, ତପେଶ୍ବର ବାଗ, ବୋଧିସତ୍ବ ବାଗ, ସ୍ବାଗତ ସଂବିତ ବାଗ, ବିଭୂଦତ୍ତ ବାଗ, ପରିବାର ପରାମର୍ଶ କେନ୍ଦ୍ର, ନୂଆପଡା ର ପରମର୍ଶଦାତ୍ରୀ ଯଶୋବନ୍ତୀ ବାଗ, ନାଉରି ସମ୍ପାଦକ କ୍ଷୀରସିନ୍ଧୁ ତାଣ୍ଡି, ପ୍ରଭୃତି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରି ଥିଲା ବେଳେ ମିରର ସମ୍ପାଦକ କାର୍ଭିକ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।