
ଚୌଦ୍ୱାର (ଶିବବ୍ରତ ଦାସ )-ଚୌଦ୍ଵାର ଠାରେ ଥିବା ଇମ୍ଫା କାରଖାନାର ଶ୍ରମିକ ମାନଙ୍କୁ ନେଇ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଶ୍ରମିକ ମାନେ ରହୁଥିବା କଲୋନୀ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଶ୍ରମିକ ପରିବାର ଯୋଗଦେଇଥିଲେ । ଏନେଇ ଶ୍ରମିକ ମାନଙ୍କ ପ୍ରତିନିଧି ସୁଶାନ୍ତ କୁମାର ନାୟକଙ୍କ ନେତୃତ୍ବରେ ଆୟୋଜିତ ସଭାରେ ଇମ୍ଫାର ଭି.ପି ବିନୟ ଅଗ୍ରୱାଲ ଓ ସିନିୟର୍ ମ୍ୟାନେଜର ନିରଂଜନ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ଏନେଇ କୁଶଳୀ ଶ୍ରମିକ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶ୍ରମିକ ମାନଙ୍କ ଅଧିକାର ଉପରେ ଆଲୋଚନା କରାଯାଇଥିଲା । ଏଥି ସହିତ ମହିଳା ମାନଙ୍କ ଦ୍ଵାରା ବିଭିନ୍ନ ଖାଦ୍ୟର ୩୦ଟି ଷ୍ଟଲରେ ପଡିଥିଲା । ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶ୍ରମିକ ପରିବାର ଓ ଅଞ୍ଚଳବାସୀ ମନଭରି ଉପଭୋଗ କରିଥିଲେ ।