ତନରଡ଼ା ସ୍ଥିତ ଅଷ୍ଟମ ବାଟାଲିୟାନରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଭଞ୍ଜନଗର,୦୨/୦୫:-(ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ତନରଡ଼ା ସ୍ଥିତ ଅଷ୍ଟମ ସ୍ୱତନ୍ତ୍ର ଭାରତୀୟ ସଂରକ୍ଷିତବାହିନୀ ଠାରେ ଗୁରୁବାର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଥିଲା | ସମ୍ବଲପୁରରେ ଆୟୋଜିତ ହୋଇଥିବା ସନ୍ତରଣ ପ୍ରତିଯୋଗିତାରେ ୨ ଯବାନ ସ୍ବର୍ଣ୍ଣ ପଦକ ଏବଂ କ୍ରସ କଣ୍ଟ୍ରି ପ୍ରତିଯୋଗିତାରେ ୩ ଜଣ ଯବାନ ସ୍ବର୍ଣ୍ଣ ପଦକ ହାସଲକରି ତନରଡ଼ା ସ୍ଥିତ ଅଷ୍ଟମ ସ୍ୱତନ୍ତ୍ର ଭାରତୀୟ ସଂରକ୍ଷିତବାହିନୀ କୁ ଗୌରବାନ୍ୱିତ କରିଛନ୍ତି | ଏଠାରେ କାର୍ଯ୍ୟରତ ଥିବା ନିରିକ୍ଷୀକ ଆର ବିପ୍ର ଚରଣ ନାୟକ ୪୦ ବର୍ଷ କାର୍ଯ୍ୟକରିବାପରେ ଗୁରୁବାର ଦିନ ଅବସର ଗ୍ରହଣ କରିଛନ୍ତି | ଉକ୍ତ ସମୟରେ ଦୁର୍ଗପତି ସୁଧାକର ମିଶ୍ର ଶ୍ରୀ ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ | ଏହି ସମୟରେ ସହକାରୀ ଦୁର୍ଗପତି ସଫାକତ ଖାନ , ଏ ବିଘ୍ନେଶ୍ୱର ରାଓ , ନିରିକ୍ଷୀକ ବିଜୟ କହ୍ନର , ଅମିତ କୁମାର ଏକା , ଉପ ନିରିକ୍ଷୀକ ରାଜ କିଶୋର ସାମଲ , ଏ ଏସ ଆଇ ଲିଙ୍ଗରାଜ ପାଢ଼ୀ , ଅନିଲ ମୋହିନୀ , ଈଶ୍ୱର ଚନ୍ଦ୍ର ଲେଙ୍କା , ଅଶ୍ୱିନୀ କୁମାର ପଣ୍ଡା , ହାବିଲଦାର କିଶୋର କୁମାର ନାୟକ , ପ୍ରେମାନନ୍ଦ ପଟନାୟକ , ଲକ୍ଷ୍ମୀ ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ | କନେଷ୍ଟେବଲ ଭୀମସେନ ବାରଲା ବାଡିଆ ଗ୍ରୁପ ଚାମ୍ପିୟନ , ୫୦ ମିଟର ଓ ୧୦୦ ମିଟର ସନ୍ତରଣ ପ୍ରତିଯୋଗିତାରେ ସୁରେଶ ମିଞ୍ଜ , ୧୦ କି.ମି କ୍ରସ କଣ୍ଟ୍ରି ପ୍ରତିଯୋଗିତାରେ ଅଶୋକ ଦଣ୍ଡସେନା ସ୍ବର୍ଣ୍ଣ ପଦକ ଏବଂ ସନ୍ତୋଷ କୁମାର ପ୍ରଧାନ ଗ୍ରୁପ ଚାମ୍ପିୟାନ ହୋଇଥିଲେ | ମୋତିଲାଲ ଧାରୁଆ , ରଘୁନାଥ ଯୁଝିର ସିଂ , ଶ୍ରବଣା ରୋହିତ ଙ୍କୁ ବାଟାଲିଆନ ର ଦୁର୍ଗପତି ସୁଧାକର ମିଶ୍ର ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ ଜଣାଇଥିଲେ |