ପାତାଳ ଗଙ୍ଗା ପର୍ଯ୍ୟଟନ କ୍ଷେତ୍ରରେ ପବିତ୍ରବୈଶାଖ ମେଳା ଆରମ୍ଭ

ନୂଆପଡ଼ା:ତା -୩-୫ (ପରମେଶ୍ୱର ମେହେର) ପାତାଳ ଗଙ୍ଗା ପର୍ଯ୍ୟଟନ କ୍ଷେତ୍ରରେ ପବିତ୍ରବୈଶାଖ ମେଳା ଆରମ୍ଭ । ନୂଆପଡ଼ା ଜିଲ୍ଲାର ବହୁ ପ୍ରସିଦ୍ଧ ତଥା ପ୍ରାଚୀନ ପାତାଳ ଗଙ୍ଗାଠାରେ ବହୁ ଆଡ଼ ।ଡ଼ମ୍ବର ସହ ବୈଶାଖ ମେଳା ଆରମ୍ଭ ହୋଇଛି । ଏହି ମେଳା ଚାରେ କେବଳ ଓଡ଼ିଶା ନୁହେଁ ପଡୋଶୀ ରାଜ୍ୟ ଛତିଶଗଡ଼ ସମେତ ମତ ଅନେକ ରାଜ୍ୟର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖୁବାକୁ ମିଳିଛି । ଏହି ପବିତ୍ର ପାତାଳ ଗଙ୍ଗାରେ ସ୍ନାନ କଲେ ପାପରୁ ମୁକ୍ତ ହେବା ସହିତ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ବାସ ରହିଛି । ଏହା ଆସନ୍ତାକାଲି (ରବିବାର) ଶେଷ ହେବାକୁ ଥ‌ିବା ବେଳେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖ୍ ନୂଆପଡ଼ା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।ରାଜ୍ୟ ଯାଦବ ସମାଜର ମହାସଚିବ ଲମ୍ବୋଦର ନିଆଲ୍ କହିଛନ୍ତି,”ତ୍ରେତୟା ଯୁଗରେ ପିତୃସତ୍ୟ ପାଳନ କରିବାକୁ ଯାଇ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ, ଭାଇ ଲକ୍ଷ୍ମଣ ଏବଂ ଦେବୀ ମାତା ସୀତା 14 ବର୍ଷ ବନବାସ କରିବା ସମୟରେ ଏଠାକୁ ଆସିଥିବା ପୌରାଣିକ କଥାବସ୍ତୁରେ ବର୍ଣ୍ଣିତ ରହିଛି । ସେହି ସମୟରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଛତିଶଗଡର ଚିତ୍ରକୂଟ ଦେଇ ନୂଆପଡା ଜିଲ୍ଲାର ଐତିହାସିକ ଗୁରୁ ଡ଼ଙ୍ଗର ଦ୍ବାର୍ଶନୀ ପୀଠ କୋଟଗାଁ ଜଙ୍ଗଲରେ ପହଞ୍ଚିଥ‌ିବା ସଂସ୍କୃତି ଗବେଷକମାନେ ମତ ଦିଅନ୍ତି । ସେହି ସମୟରେ ବୈଶାଖ ମାସ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥ୍‌ଲା । ମାତା ସୀତାଙ୍କୁ ପ୍ରବଳ ଶୋଷ ହେବାରୁ ପ୍ରଭୁ ରାମଚନ୍ଦ୍ର ଭୂମିରେ ସର ବିଦ୍ଧ କରି ପାତାଳରୁ ପାଣି ବାହାର କରି ମାତା ସୀତାଙ୍କ ଶୋଷ ମେଣ୍ଢାଇ ଥୂବା କିମ୍ବଦନ୍ତୀ ରହିଛି । ସେହି ଦିନଠାରୁ ପାତାଳ ଗଙ୍ଗା ସୃଷ୍ଟି ହୋଇଥ‌ିବା ବେଳେ ଏଯାବତ୍ ପାଣି ନିର୍ଗତ ହେଉଛି । ସେହି ପରମ୍ପରାକୁ ମନେ ପକାଇବା ପାଇଁ ଏଠାରେ ପ୍ରତିବର୍ଷ ବୁଦ୍ଧ ପୂର୍ଣ୍ଣିମା ଦିନ ବୈଶାଖ ମେଳା ଅନୁଷ୍ଠିତ ହୋଇଥାଏ । ଏହି ପର୍ଯ୍ୟଟନ କ୍ଷେତ୍ର ବଣ, ପାହାଡ଼, ସବୁଜ ବାନାନୀରେ ପର୍ଯ୍ୟଟକଙ୍କ ମନ କିଣୁଛି । ଏଠାରେ ମହାମୃତ୍ୟୁଞ୍ଜୟ ମନ୍ଦିର, ଗାୟତ୍ରୀ ମନ୍ଦିର, ରାଧା କୃଷ୍ଣ ମନ୍ଦିର, ଦୁର୍ଗା ମନ୍ଦିର, ଶ୍ରୀଗଣେଶ ମନ୍ଦିର, ଜଗନ୍ନାଥ ମନ୍ଦିର, ହନୁମାନ ମନ୍ଦିର, ଅଲେଖ ମଠ ସହିତ ଅନେକ ଦେବାଦେବୀଙ୍କ ମନ୍ଦିର ରହିଛି । ପ୍ରତିବର୍ଷ ବୈଶାଖ ପୂର୍ଣ୍ଣିମା ଦିନ ମନ୍ଦିର ଗୁଡିକରେ ସ୍ବତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଇଥାଏ ।

ଏହି ଅବସରରେ ନୂଆପଡା ଜିଲ୍ଲା ଯାଦବ ସମାଜ, ଜିଲ୍ଲା ଗଣ୍ଡ ସମାଜ, ସାହା ସମାଜ, ମନ୍ଦିର ଟ୍ରଷ୍ଟ ଗୁଡିକ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ମାଗଣାରେ ଖାଇବା ପିଇବା ପାଣି ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ସେବା, ମାଗଣା ଔଷଧ, ଡାକ୍ତର, ଦମକଳ ବାହିନୀ ଯୋଗାଇ ଦେଇଥିବା ଆୟୋଜକ କହିଛନ୍ତି ।

ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖ୍ ଆଗରେ ରଖ୍ ନୂଆପଡ଼ା ପୋଲିସ ପକ୍ଷରୁ ଟ୍ରାଫିକ, ପାର୍କି ବ୍ୟବସ୍ଥାକୁ ଗୁରୁତ୍ବ ଦେବା ସହିତ ଗଙ୍ଗା ସ୍ନାନ ସମୟରେ ଦୁର୍ଘଟଣାକୁ ଏଡାଇବା ପାଇଁ ଦିବାରାତ୍ରି ପୋଲିସ ପହରା ଦେଇଥିଲେ । ସେହିଭଳି ବରିଷ୍ଠ ନାଗରିକ, ଶିଶୁମାନଙ୍କ ପ୍ରତି ଅଧୂକ ଧ୍ୟାନ ଦିଆଯାଉଥ‌ିବା ନୂଆପଡ଼ା ଆରକ୍ଷୀ ଅଧୂକ୍ଷକ ଅମ୍ରିତପାଳ ସିଂ ସୂଚନା ଦେଇଛନ୍ତି ।