
ମୋହନା, ୪/୫(ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ଯ, ଗଜପତି ଜିଲ୍ଲା ପ୍ରତିନିଧି): ପଶ୍ଚିମବଙ୍ଗ ଓ ଆସାମରେ ବିଜେପି ଏକ ତରଫା ଭାବେ ବିପୁଳ ବିଜୟ ହାସଲ କରିଥିବାରୁ ଏହି ଖୁସିରେ ଆଜି ଅପରାହ୍ନରେ ମୋହନା ବିଜେପି କର୍ମୀମାନଙ୍କ ପକ୍ଷରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପିର ଚାଣକ୍ୟ କୁହାଯାଉଥିବା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଦି ମନ୍ତ୍ରୀମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କ ଜୟ ଜୟ ଗାନ କରି ନାରାବାଜି କରିଥିଲେ । ସ୍ଥାନୀୟ ହାଇସ୍କୁଲ ଛକ ଠାରେ ବାଣ ଫୁଟାଇ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ବିଜୟର ଉଲ୍ଲାସରେ କର୍ମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସତ୍ୟଜିତ ବିଷୋୟୀ, ରାଜ୍ୟ ଓବିସି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ତଥା ସାଂସଦ ପ୍ରତିନିଧି ଜିତେନ୍ଦ୍ର କୁମାର ବେହେରା, ମଣ୍ଡଳ ସଭାପତି ନିଳାଞ୍ଚଳ ସାହୁ,ବରିଷ୍ଠ ବିଜେପି ନେତା ବ୍ରହ୍ମାଶଙ୍କର ସାହୁ, ବାବୁଲି ଗୌଡ଼, ମନୋଜ କୁମାର ସାହୁ, ଭିକାରୀ ଚରଣ ସାହୁ,ରବିନ୍ଦ୍ର ମଳିକ, ଖଣି ସରପଞ୍ଚ କେଶବ ମଳିକ, ବରିଷ୍ଠ ଶିକ୍ଷାବିତ ଗଗନ କୁମାର ଦାଶ ପ୍ରମୂଖ ବହୁ କର୍ମୀ ଉପସ୍ଥିତ ଥିଲେ ।