
ଚୌଦ୍ୱାର (ଶିବବ୍ରତ ଦାସ )ତେଲୁଗୁ ସମ୍ପ୍ରଦାୟର ଆରାଧ୍ୟ ଦେବୀ ମା ନାଲ୍ମାରାମାଠାକୁରାଣୀ।
ରବିବାର ଠାରୁ ଆରମ୍ଭ ହୋଇ ମଙ୍ଗଳ ବାର ପର୍ଯ୍ୟନ୍ତ ତିନି ଦିନ ଧରି ଚୌଦ୍ଵାରରେ ମା ନାଲ୍ମାରାମାଠାକୁରାଣୀଙ୍କ ବାର୍ଷିକୋତ୍ସବ ବେଶ୍ ଧୂମଧାମରେ ପାଳିତ ହୋଇଯାଇଛି ।ଏହି ପୂଜା ଦୀର୍ଘ ୫୦ବର୍ଷ ରୁ ଉର୍ଦ୍ଧ୍ବ ହେଲା ପାଳନ କରାଯାଉଅଛି। ଚଳିତ ବର୍ଷ ତିନିଦିନ ଧରି ପୂଜା ହୋଇଥିଲା। ରବିବାର ସକାଳେ ଚୌଦ୍ଵାର ର ତେଲୁଗୁ ଲୋକ ମାନେ ଓ.ଟି.ଏମ କଲୋନୀ ରେ ଥିବା ତେଲୁଗୁ କ୍ଳବ୍ ରେ ମହିଳା, ପିଲା, ଯୁବକ ଓ ବରିଷ୍ଠ ନାଗରିକମାନେ ସକାକୁ କ୍ଲବ୍ ପରିସରରୁ ବାହାରି ମାଙ୍କୁ ସ୍ନାନ ଉଦ୍ଦେଶ୍ୟ ରେ ଗରାରେ ହଳଦୀ ପାଣି ମୁଣ୍ଡ ରେ ନେ଼ଇ ଶୋଭାଯାତ୍ରାରେ ଯାଇ ୧୨ନଂ ୱାର୍ଡ ରେ ଥିବା ବାଟବୁଢ଼ୀ କଲେନୀସ୍ଥିତ ମା ବାଟବୁଢ଼ୀ ଠାକୁରାଣୀଙ୍କୁ ପବିତ୍ର ସ୍ନାନ କରାଇବା ସହିତ ପୂଜାର୍ଚ୍ଚନା କରି ଘଟ ସ୍ଥାପନ କରିଥିଲେ। ପରେ ମାଙ୍କୁ ଆବାହନ କରି ଶୋଭାଯାତ୍ରାରେ ଆଣି ନିଜ କ୍ଳବ୍ ର ପୂଜା ମଣ୍ଡପ ରେ ସ୍ଥାପିତ କରିଥିଲେ। ଘଟ ପ୍ରତିଷ୍ଠା କରିବା ପରେ ଶ୍ଳୋକ, ମନ୍ତ୍ର ଆଦି ପଢି ଆଳତୀ କରି ମା ଙ୍କୁ ନିଜ କ୍ଳବ୍ ରେ ଥିବା ପୁଜାମଣ୍ଡପ କୁ ଆଣି ଘଟ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ। ଦ୍ୱିତୀୟ ଦିନ ସୋମବାର ସନ୍ଧ୍ୟା ରେ ତେଲୁଗୁ ସଂପ୍ରଦାୟ ର ଝିଅ ମାନଙ୍କ ଦ୍ୱାରା ଦାଣ୍ଡିଆ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା, ଏହା ମୂଖ୍ୟ ଆକର୍ଷଣ ରହିଥିଲା।ଏଥିସହିତ ମା ଙ୍କ ସାମ୍ନାରେ ହଜାର ଆଠ ଦୀପ ପ୍ରଜ୍ଵଳନ କରାଯାଇ ଥିଲା। ମଙ୍ଗଳ ବାର ରୀତିନୀତି ଅନୁସାରେ ମଙ୍ଗଳ ଆରତୀ କରି ପୁଷ୍ପାଞ୍ଜଳି ପ୍ରଦାନ କରି ପୂଜା କରିଥିଲେ, ମାଙ୍କୁ ପୁଣି ସୁନ୍ଦର ଭାବେ ସଜାସଜ୍ଜି କରି ସନ୍ଧ୍ୟା ରେ ଧୁମଧାମ ରେ ବିଭିନ୍ନ ପ୍ରକାର ର ବାଜା, ବାଘ , ଭାଲୁ ଓ ମା କାଳୀ ଙ୍କ ବେଶ ସହିତ ରୋଷଣୀ କରି ଘର ଘର ବୁଲି ମାଙ୍କୁ ଭୋଗ ଖୁଆଇ ପୂଜା କରିଥିଲେ। ପରେ ମା ଙ୍କୁ ବିଦାୟ ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଚୌଦ୍ଵାର କଟକ ର ଯୁବ ବିଧାୟକ ଶ୍ରୀଯୁକ୍ତ ସୌଭିକ୍ ବିଶ୍ୱାଳ ,ଚୌଦ୍ଵାର ପୌର ପାଳିକା ର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ସମାଜସେବୀ ବିଷ୍ଣୁ ଚରଣ ପରିଡ଼ା,
ଅଞ୍ଚଳ ର ବରିଷ୍ଠ କାଉନସିଲର ଦିଲ୍ଲୀପ ସାହୁ, ସୁବ୍ରତ ସାମଲ, କଲ୍ୟାଣୀ ସାହୁ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ।ଏହି ଅତିଥି ଙ୍କ ସମେତ କଟକ ଜିଲ୍ଲା ଓ ଜିଲ୍ଲା ବାହାରୁ ହଜାର୍ ରୁ ଉର୍ଦ୍ଧ୍ୱ ଲୋକ ଏହି ପୂଜାରେ ସାମିଲ ହୋଇଥିଲେ। ଏଥିସହ ଅନୁଷ୍ଠାନର ସମସ୍ତ ସଦସ୍ୟ ଙ୍କ ସହିତ ସମସ୍ତ ପରିବାର ଏବଂ ବନ୍ଧୁବାନ୍ଧବ ମାନେ ଯୋଗ ଦେଇ ଖୁବ୍ ଆନନ୍ଦ ର ସହିତ ପାଳନ କରିଥିଲେ।