
ଚୌଦ୍ୱାର (ଶିବବ୍ରତ ଦାସ )ପ୍ରଭାତ ବିଶ୍ୱାଳ ଙ୍କର ଦଳ ବିରୋଧୀ କାର୍ଯ୍ୟକଳାପ” ପାଇଁ ୨୮ ଫେବୃଆରୀ ୨୦୨୬ ରେ “ବିଜେଡିରୁ ବହିଷ୍କାର” କରାଯାଇଥିଲା, କାରଣ ସେ ସାଧାରଣରେ ଦଳର ରାଜ୍ୟସଭା ପ୍ରାର୍ଥୀ ଚୟନ ଉପରେ ପ୍ରଶ୍ନ ଉଠାଇବା ଏବଂ ନେତୃତ୍ୱ ନିଷ୍ପତ୍ତିକୁ ସମାଲୋଚନା କରିବା ଯୋଗୁଁ ଦଳରୁ ବିଦା ହୋଇଥିଲେ .
ଏହାପରେ ସେ ସଂତୃପ୍ତ ମିଶ୍ର ଙ୍କ ସହିତ ପାଣ୍ଡିଆନ ଙ୍କ ଦ୍ୱାରା ବିଜୁ ବାବୁଙ୍କ ନାଁରେ ଏକ ଟ୍ରଷ୍ଟ ଦିଲ୍ଲୀରେ ଖୋଲାଯାଇଛି ଅଭିଯୋଗ କରି ମିଡିଆରେ ବାଇଟ ଦେଇ ଚର୍ଚାରେ ରହିଲେ ହେଲେ ସେଥିରୁ ତାଙ୍କୁ ବିଶେଷ ରାଜନୈତିକ ଫାଇଦା ମିଳିଲା ନାହିଁ କିନ୍ତୁ ମିଡିଆରେ ଏ ଘଟଣା ଚର୍ଚାର ଖୋରାକ ଯୋଗାଇଲା . ତାପରଠାରୁ ବବି ଓ ଦେବାଶିଷ ସାମନ୍ତରାୟ ଙ୍କୁ ଟାର୍ଗେଟ କରି କହିଲେ ଏମାନେ ମୋତେ ନାଲି ଡ୍ରେସ ପିନ୍ଧିବାକୁ ବାଧ୍ୟ କରିଛନ୍ତି , ଏମାନଙ୍କର ମୂଖା ଖୋଲିବି . କିଛି ଦିନ ବ୍ୟବଧାନରେ ପରେ ଭୁବନେଶ୍ୱର କେଶରୀ ହଲ ରେ ସାମ୍ବାଦିକ ସମ୍ମିଳନୀ କରି ଏବେ ଠାରୁ ଧଳା ପୋଷାକ ପିନ୍ଧି ପ୍ରତେକ୍ଷ ରାଜନୀତି କୁ ଫେରିବେ ବୋଲି ଘୋଷଣା କଲେ . ଶେଷରେ ଗତ 03.05.2026 ରିଖରେ ଚାଉଳିଆଗଞ୍ଜ ପଡିଆରେ 10 ହଜାର ଲୋକଙ୍କର ସମାବେଶ କରି ନିଜର ସାଙ୍ଗଠନିକ ଶକ୍ତି ପ୍ରଦର୍ଶନୀ କଲେ .ପ୍ରଭାତ ବିଶ୍ୱାଳ ଚୌଦ୍ୱାର-କଟକ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ସହିତ ଜଣେ ତୃଣମୂଳ ସ୍ତରର ନେତା ଭାବରେ କାମ କରିଆସିଛନ୍ତି . କାରଣ ସେ ତିନିଥର ପୂର୍ବତନ ବିଧାୟକ ଭାବରେ ଜିତି ଆସିଛନ୍ତି , ୨୦୦୪ରେ ସ୍ୱାଧୀନ, ୨୦୦୯ ଏବଂ ୨୦୧୪ରେ ବିଜେଡିରୁ ଜିତିଛନ୍ତି . ଚିଟଫଣ୍ଡ କେଶ୍ ରେ ସିବିଆଇ ଦ୍ୱାରା ଗିରଫ ହେବା ଏବଂ ତାଙ୍କ ବିରୁଦ୍ଧରେ ଫାଇନାଲ ଚାର୍ଜସିଟ ଫାଇଲ ହେବା କାରଣରୁ ଗତ 2019 ନିର୍ବାଚନରେ ଦଳ ତାଙ୍କୁ ଟିକେଟ ନଦେଇ ତାଙ୍କର ପୁତ୍ର ସୌଭିକ ବିଶ୍ୱାଳ ଙ୍କୁ ଟିକେଟ ଦେଇଥିଲା . ଏବଂ ତାଙ୍କ ପୁଅ ସୌଭିକ୍ ବିଶ୍ୱାଲ ମଧ୍ୟ ୨୦୧୯ରୁ ବିଜେଡି ରୁ ଜିତିଆସିଛନ୍ତି , ୨୦୨୪ରେ ପୁଣି ଜିତିଛନ୍ତି – ବିଗତ 2/3 ମାସ ମଧ୍ୟରେ ପ୍ରଭାତ ବାବୁ ଦଳକୁ ସମାଲୋଚନା କରିବା ସହିତ ଦଳରୁ ନିଲମ୍ବନ ଯୋଗୁଁ ଅନ୍ୟ ଦଳକୁ ଯିବା ପାଇଁ ଚେଷ୍ଟ ଜାରି ରଖିଛନ୍ତି ,ବିଶେଷକରି ବିଜେପି କୁ ଯିବା ପାଇଁ ଚେଷ୍ଟା ଜାରି ରଖିଥିଲେ ବି ନୟନ ମହାନ୍ତି କଣ୍ଟା ଭାବରେ ଠିଆ ହୋଇଛନ୍ତି , ନୟନ ମହାନ୍ତି ଙ୍କର ଭୟ , ଏ ବାପ ପୁଅ ଯଦି ବିଜେପି ରେ ମିଶିବେ ତେବେ ତାଙ୍କର ଟିକେଟ ନିଶ୍ଚିତ କଟିଯାଇପରେ . ଲଗାତାର ୬ ଥର ହାରିବା ପରେ ବି ସେ ପୁଣି ଆଶାବାଦୀ 2029 ରେ ନିଶ୍ଚିତ ଟିକେଟ ପାଇବେ . ପ୍ରଭାତ ବାବୁ ଗତ ୩ ତାରିଖରେ ଶକ୍ତି ପ୍ରଦର୍ଶନ କରି ବିଜେପିକୁ ଯିବା ପାଇଁ ନିଜ ରାସ୍ତା ସାଫ କରିଛନ୍ତି ଏବଂ ବିଜେପି ମଧ୍ୟ ତାଙ୍କୁ କୋଳେଇ ନେବ ବୋଲି ସେ ଦୃଢ଼ ଆଶାବାଦୀ. ତେଣୁ ଆଗାମୀ ସପ୍ତାହ ମଧ୍ୟରେ ସେ ପ୍ରାୟ ଦଳରେ ମିଶିବେ ବୋଲି ଚର୍ଚା ହେଉଛି . ବାପ ପୁଅ ଙ୍କୁ ତ ବିଜେପି କୋଳେଇ ନେବ, କିନ୍ତୁ ଗତ ଶକ୍ତି ପ୍ରଦର୍ଶନ ସମୟରେ ଯେଉଁ କାଉନସିଲର ଓ କର୍ପୋରେଟର ମାନେ ତାଙ୍କ ସହିତ ଥିଲେ ସେମାନେ ନିଜର ରାଜନୈତିକ ଭବିଷ୍ୟତ ବାବଦରେ ସଂଦିହାନ ଥିବାରୁ ସେମାନେ ଶେଷ ମୁହୁର୍ତରେ ନିଜର ନିଷ୍ପତି ବଦଳେଇ ପ୍ରଭାତ ବାବୁଙ୍କ ସହିତ ଯିବେ କି ନାହିଁ ସ୍ଥିର କରିବେ . ଏଥି ମଧ୍ୟରେ ଚୌଦ୍ୱାର ପୌରପାଳିକା ର ଉପଧକ୍ଷା ଶୁଭେନ୍ଦୁ ସାମଲ ଦଳବିରୋଧୀ କାର୍ଯ୍ୟ ଯୋଗୁଁ ପ୍ରଭାତ ବିଶ୍ୱାଳ ଙ୍କର ଶକ୍ତି ପ୍ରଦର୍ଶନ ଦିନ ସନ୍ଧ୍ୟା ରେ ଦଲରୁ ନିଲମ୍ବନ ହୋଇ ସାରିଛନ୍ତି . ତେଣୁ ଅନ୍ୟ ଯେଉଁମାନେ ଉକ୍ତ ଦିନ ପ୍ରଭାତ ବାବୁଙ୍କ ସହିତ ଥିଲେ ସେମାନନ୍କର ଭୟ , ପ୍ରଭାତ ବାବୁଙ୍କ ସହିତ ରହିଲେ ଦଳରୁ ନିଲମ୍ବନ ହେବା ସହିତ କାଉନ୍ସିଲ୍ର /କର୍ପୋରେଟର ପଦବୀ ରୁ ମଧ୍ୟ ସେମାନେ ବରଖାସ୍ତ ହେବେ , ଯଦି ବିଜେପି କୁ ଯାଉ ସେଠାରେ ଆମକୁ ସେହି ସ୍ୱାଧୀନତା , ସମ୍ମାନ , ଦଳୀୟ ସଂପ୍ରିତି ମିଳିବନାହିଁ ଯାହାକି ବିଜେଡି ରୁ ମିଳୁଥିଲା . ବିଜେପି ଏକ କ୍ୟାଡର ଭିତିକ ଦଳ ହୋଇଥିବାରୁ ସେଠାରେ ଅନ୍ୟ ଦଳରୁ ଯାଇଥିବା ପ୍ରାର୍ଥୀ ମାନଙ୍କୁ ସେତେ ଗୁରୁତ୍ବ ଦିଆଯାଏ ନାହିଁ . ତେଣୁ ପ୍ରଭାତ ବାବୁଙ୍କ ସହିତ ଚୌଦ୍ୱାର ବିଜେଡି ର ସମସ୍ତ କାଉନ୍ ସିଲର ଏବଂ କଟକ ର ସମସ୍ତ କର୍ପୋରେଟର ଯୋଗଦେବେ ନାହିଁ ବୋଲି ଜଳ ଜଳ ହୋଇ ଦେଖାଯାଉଛି . ଏପରିକି ବାପା ପୁଅ ତ ଦଳରେ ଥଇଥାନ ହୋଇଯିବେ କିନ୍ତୁ ଯେଉଁ କାଉନ୍ସିଲର /କର୍ପୋରେଟର ଯିବେ ସେମାନଙ୍କୁ କଣ ଆଗାମୀ ନିର୍ବାଚନରେ ସେହି ପଦବୀରେ ଟିକେଟ ମିଳିବ ? ତେଣୁ ଏଭଳି ଆଶଙ୍କା ରେ ଜର୍ଜରିତ ପ୍ରଭାତ ଙ୍କର ଅଧିକାଂଶ ସହଯୋଗୀ ବିଜେପିରେ ମିଶିବେ କି ନାହିଁ ଆଗାମୀ ଦିନରେ ଜଣାପଡିବ .
-ସାମଗ୍ରିକ ଭାବରେ, ପ୍ରଭାତ ବାବୁଙ୍କ କ୍ୟାରିଅର ବିଜେପି ରେ ଯୋଗଦେବା ପରେ ଉଜ୍ବଳ ହୋଇପାରେ କିନ୍ତୁ ତାଙ୍କ ସହିତ ଯିବାକୁ ଥିବା କାଉନ୍ସିଲର /କର୍ପୋରେଟର ଙ୍କର ଥଇଥାନ କିଭଳି ସମ୍ଭବ ହେବ ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀର ରାଜନୈତିକ ଭବିଷ୍ୟତ କଣ ହେବ
ବର୍ତ୍ତମାନର ବିଧାୟକ ସୌଭିକ୍ ବିଶ୍ୱାଲ୍ 2024ରେ ବିଜେପିର ନୟନ କିଶୋର ମହାନ୍ତିଙ୍କ ଠାରୁ 17,800 ଭୋଟ ବ୍ୟବଧାନରେ ଜିତିଥିଲେ। କିନ୍ତୁ ସେ ଯଦି ବିଜେପି ରେ ମିଶିବେ ତେବେ ବିଜେପି ରୁ ଟିକେଟ ପାଇବେ ତାହା ମଧ୍ୟ ସନ୍ଦେହ ମୁକ୍ତ ନୁହେଁ , ଯଦିବି ସେ ବିଜେପିରୁ ଟିକେଟ ପାଆନ୍ତି ତେବେ ଆରଏସଏସ ଓ ସହଯୋଗୀ ସଂଗଠନ ଏବଂ ପୁରୁଣା ବିଜେପି କର୍ମୀ କଣ ତାଙ୍କୁ ସହଯୋଗ କରିବେ ? ଏପରିକି ବିଜେଡି ର ରହିଯାଇଥିବ କର୍ମୀ କଣ ସୌଭିକ ବିଶ୍ୱାଳ ଙ୍କୁ ସମର୍ଥନ କରିବେ ? ପ୍ରଭାତ ବିଶ୍ୱାଳ କିମ୍ବା ସୌଭିକ ବିଶ୍ୱାଳ ଯଦି ଆଗାମୀ ନିର୍ବାଚନ ରେ ଟିକେଟ ପାଆନ୍ତି ତେବେ ନୟନ କିଶୋର ମହାନ୍ତି ଦଳ ବିରୋଧରେ ନଯାଇ କଣ ସେ ବାପ-ପୁଅ ଙ୍କୁ ସହଯୋଗ କରିବେ ନାଁ ଅଲଗା ପ୍ରାର୍ଥୀଙ୍କୁ ଭିତିରିଆ ସହଯୋଗ କରିବେ ତାହା ସନ୍ଦେହ ଘେରରେ . ସମ୍ଭବତଃ ଦଳ ବିରୋଧରେ ନଯାଇ ଅନ୍ୟ ପ୍ରାର୍ଥୀ ଙ୍କୁ ସହଯୋଗ କରିବା ସହିତ ତାଙ୍କ ଠାରୁ ପରୋକ୍ଷ ସହଯୋଗ ପାଇବେ . ଯଦି ପୁଣି ନୟନ ମହାନ୍ତିଙ୍କୁ ଦଳ ଟିକେଟ ଦିଏ ତେବେ ବାପ-ପୁଅ ଙ୍କ ଭବିଷ୍ୟତ କଣ ହେବ ? ଟିକେଟ ଅଶଙ୍କରେ ନରହି ପ୍ରଭାତ ବାବୁ ଏବେ ଠାରୁ ବିଜେପି ଯୋଗଦେବା ପରେ କୌଣସି ନିଗମ ରେ କିମ୍ବା ଦଳୀୟ ପଦପଦବୀ ରେ ଥଇଥାନ ହେବାକୁ ଚାହୁଁଛନ୍ତି ଫଳରେ ସେ ଅନ୍ତତ ଦଳ ସହିତ ଆକ୍ଟିଭ ରହି ଦଳରୁ ଆଗାମୀ ନିର୍ବାଚନରେ ମୂଲଚାଲ କରିବାକୁ ସୁବିଧା ହେବ . ଏପଟେ ସ୍ୱାଧୀନ ଭାବରେ ବିଧାୟକ ଭାବରେ ଲଢ଼ୁଥିବା ଦୀପକ ବାରିକ ଯଦିଓ ବିଜେପି ରେ ରହିଛନ୍ତି କିନ୍ତୁ ଆନୁଷ୍ଠାନିକ ଭାବରେ ବିଜେପି ରେ ଯୋଗଦେଇନାହାନ୍ତି କିନ୍ତୁ ସାଂସଦ ଭର୍ତ୍ତୃହରି ଙ୍କ ସହିତ ଯୋଡି ହୋଇ ରହିଛନ୍ତି, ତେବେ ପ୍ରଭାତ ବାବୁ ବିଜେପିରେ ମିଶିବା ପରେ ତାନ୍କର ଭବିଷ୍ୟତ କଣ ହେବ ? ଯଦିଓ ତାଙ୍କର ସମର୍ଥକ ଏବେ ଠାରୁ କହିବା ଆରମ୍ଭ କଲେଣି ଦୀପକ ବାରିକ ବିଜେଡି ର ମଙ୍ଗ ଧରିବେ, ଫଳରେ ଆଗାମୀ ପୌରପାଳିକା ଚେୟାରମ୍ୟାନ କିମ୍ବା ବିଧାୟକ ପ୍ରାର୍ଥୀ ମଧ୍ୟ ହୋଇପାରିବେ . କିନ୍ତୁ ଯଦିବି ଦୀପକ ବାରିକ ବିଜେଡି ର ମଙ୍ଗ ଧରୁଛନ୍ତି ତେବେ ୱେଲସ୍ପୁନ କମ୍ପାନୀ ର ଠିକା କାମ ସହିତ କମ୍ପାନୀ ଆଗାମୀ ଦିନରେ ନିଯୁକ୍ତି ସମୟରେ ନିଜର ସମର୍ଥକ ମାନଙ୍କୁ ଥଇଥାନ କରିବା ସହଜ ହେବ ନାହିଁ ଫଳରେ ସେ ବଡ ଧରଣ ର କ୍ଷତି ସହିବା ସହିତ OTM /Welspun କମ୍ପାନୀ ରୁ ତାଙ୍କର ନିୟନ୍ତ୍ରଣ ହରେଇବେ . କିନ୍ତୁ ପରୋକ୍ଷରେ ବିଜେଡି ର ମଙ୍ଗ ଧରିଲେ ଚେୟାରମ୍ୟାନ ପ୍ରାର୍ଥୀ ସ୍ଥିର କରିବା ସହିତ ବିଧାୟକ ପ୍ରାର୍ଥୀ ଭାବରେ ନିଜକୁଉପସ୍ଥାପିତ କରିପାରିବେ . କିନ୍ତୁ ଯଦି ବିଜେପି ସହିତ ରହିବେ ତେବେ ଦଳୀୟ ପଦପଦବୀ ଦୃଷ୍ଟିରୁ ବିଶେଷ ଲାଭ ପାଇବେ ନାହିଁ ସତ କିନ୍ତୁ ୱେଲସ୍ପୁନ କମ୍ପାନୀ ରୀ ଅଧିକାଂଶ ଠିକା କାର୍ଯ୍ୟ ପାଇବା ସହିତ ଆଗାମୀ ଦିନରେ କମ୍ପାନୀ ର ନିଯୁକ୍ତି ସମୟରେ ସେହିଁ ସବୁଠୁ ଲାଭବାନ ହେବେ , ତାଙ୍କର ସମର୍ଥକ ମାନଙ୍କୁ ଏଥିରେ ଭର୍ତି କରିବା ସହିତ ଶ୍ରମିକ ୟୁନିଅନ ମାଧ୍ୟମରେ କମ୍ପନୀ ଉପରେ ନିୟନ୍ତ୍ରଣ ରଖିପାରିବେ , ଫଳରେ ଏକ ବଡଧରଣର ଶ୍ରମିକ ଶକ୍ତି ତାଙ୍କ ସହିତ ରହିବେ ଏବଂ ଯେତେବେଳେ ଚାହିଁବେ କମ୍ପନୀ ସହିତ ମୂଲଚାଲ ମଧ୍ୟ କରିପାରିବେ . ତେଣୁ ଦୀପକ ବାରିକ ଙ୍କ ଉପରେ ସମସ୍ତଙ୍କର ନଜର ରହିଛି ଆଗାମୀ ଦିନରେ ତାଙ୍କର ଗୋଟି ଚାଳନା କିଭଳି ରହିବ ,କୁଆଡ଼କୁ ଢଳିବେ ସେ . ତେଣୁ ତାଙ୍କ ଦ୍ୱାରା ଆଗାମୀ ରାଜନୈତିକ ନିଷ୍ପତି ଚୌଦ୍ୱାର ରାଜନୀତିରେ ନୂଆ ସମୀକର ସୃଷ୍ଟି ହେବ ନିଃସନ୍ଦେହ .ଏକଥା ଗୁରୁତ୍ବପୂର୍ଣ ଯେ ଦୀପକ ବାରିକ ସ୍ୱାଧୀନ ଭାବରେ ଆଗାମୀ ଦିନରେ ନିର୍ବାଚନ ଲଢ଼ିବାକୁ କେବେ ସାହସ କରିବେ ନାହିଁ ଯାହାକି ତାଙ୍କର ରାଜନୈତିକ କ୍ୟାରିଅର ଶେଷ ହେବା ସହିତ ବେଳସ୍ପୁନ ଠାରୁ କୌଣସି ସହଯୋଗ କିମ୍ବା ସହାୟତା ମଧ୍ୟ ପାଇବେ ନାହିଁ , ଫଳରେ ଆର୍ଥିକ ଭାବରେ ମଧ୍ୟ ସେ ତଳିତଳାନ୍ତ ହେବେ ସେହିପରି ପୌରପାଳିକା ଅଧକ୍ଷା ଥିବା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ଗତ ୨୦୨୨ ପୌରପାଳିକା ନିର୍ବାଚନରେ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ . ସେ ଦଳ ପ୍ରତି ପ୍ରତିବଦ୍ଧ ରହି ପ୍ରଭାତ ବିଶ୍ୱାଳଙ୍କୁ ତାଙ୍କର ନେତା ଭାବରେ ସାଧାରଣରେ ସମର୍ଥନ ଜଣାଇଛନ୍ତି। କିନ୍ତୁ ପ୍ରଭାତ ବିଶ୍ୱାଳ ଙ୍କର ଗତ 03 ତାରିଖ ଶକ୍ତି ପ୍ରଦର୍ଶନ ସମୟରେ ପ୍ରଭାତ ଙ୍କୁ ରୋକଠୋକ ମନାକରିଦେଲେ ତାଙ୍କ ସହିତ ରାଲିରେ ଯୋଗଦେବା ପାଇଁ ,ଫଳରେ ପ୍ରଭାତ ବାବୁ ଓ ମାନସୀ ସାମଲ ମଧ୍ୟରେ ଉଚ୍ଚବାଚ ହେଵା ଦ୍ୱାରା ସେ ଅସୁସ୍ଥ ହୋଇ ରବିବାର ଜନସେବକ ନର୍ସିଂ ହୋମ ରେ ଚିକିସ୍ଥିତ ହେଲେ ବା ରାଲି କୁ ନଯିବା ପାଇଁ ଏଭଳି ଅଭିନୟ କରିଥିଲେ ବୋଲି ଶୁଣାଯାଏ . ସେ ମଧ୍ୟ ଆଗାମୀ ଦିନରେ ପ୍ରଭାତ ସହିତ ନରହି ମୂଳ ବିଜେଡି ରେ ରହି ପୁଣି ଚେୟାରମ୍ୟାନ ପାଇଁ ଲବି କରିପାରନ୍ତି , ଯଦିଓ ଆଗାମୀ ପୌର ନିର୍ବାଚନରେ ଚେୟାରମ୍ୟାନ ପଦବୀ ରେ ସିଧାସଳଖ ନିର୍ଵାଚିତ ନହୋଇ ପରୋକ୍ଷ ନିର୍ବାଚନରେ ବଛାଯିବେ . ସେ ବିଜେପି ରେ ମିଶିବା ଦ୍ୱାରା ତାଙ୍କର ରାଜନୈତିକ ଭବିଷ୍ୟତ ସେଭଳି କିଛି ଉଜ୍ବଳ ହେବାର ସମ୍ଭାବନା ନାହିଁ ବୋଲି ଦେଖିପାରୁଥିବାରୁ ପ୍ରଭାତ ଙ୍କ ସହିତ ମିଶିବେ ନାଇଁ ବୋଲି ସ୍ଥିର କରିସାରିଛନ୍ତି, ପୌର ଉପଧକ୍ଷା ଥିବା ଶୁଭେନ୍ଦୁ ସାମଲ ପ୍ରଭାତ ବିଶ୍ୱାଳ ଙ୍କର ଙ୍କର ଶକ୍ତି ପ୍ରଦର୍ଶନ ଦିନ ବିଧାୟକ ସୌଭିକ ବିଶ୍ୱାଳ ଙ୍କୁ ନିଜ ଗାଡ଼ିରେ ବସେଇ ଚୌଦ୍ୱାର ଏରିଆରେ ରାଲିରେ ଯୋଗଦେଇଥିବାରୁ ,ଏ ଖବର କଟକ ପ୍ରଭାରୀ ଥିବା ପ୍ରତାପ ଜେନାଙ୍କ ପାଖରେ ପହଞ୍ଚିବା ପରେ , ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଶୁଭେନ୍ଦୁ ସାମଲ ବିଜେଡିରୁ ନିଲମ୍ବନ କଲେ , . ଯାହାକି ଶୁଭେନ୍ଦୁ ସାମଲ ଙ୍କ ପାଇଁ ଏକ ଶକ୍ତ ଧକା ସଦୃଶ . ତାନ୍କର ରାଜନୈତିକ କ୍ୟାରିଅର ଶେଷ ହେବାଭଳି ପରିସ୍ଥିତି ଦେଖାଦେଇଛି . ସେ ନିଲମ୍ବନ ହେବାପରେ ରାତିରେ ପ୍ରଭାତ ବିଶ୍ୱାଳ ନିଜେ ଯଯାତି କେଶରୀ କ୍ଲବ କୁ ଆସି ତାଙ୍କ ସହିତ ଦୀର୍ଘ ସମୟ ରହି ତାଙ୍କୁ ଆଶ୍ୱାସନା ଦେଇଥଲେ , ଏପରିକି ଶୁଭେନ୍ଦୁ ସାମଲଙ୍କର ପିତା ମଧ୍ୟ ପ୍ରଭାତ ବିଶ୍ୱାଳ ଙ୍କୁ ଅନୁରୋଧ କରି କହିଛନ୍ତି ଯେ ତୁମ ଯୋଗୁଁ ମୋ ପୁଅର ରାଜନୀତି ଶେଷ ହେବାକୁ ଯାଉଛି ତେଣୁ ଆଗାମୀ ଦିନରେ ମୋ ପୁଅ କିଭଳି ପୌର ଚେୟାରମ୍ୟାନ ହୋଇପାରିବ ଵ୍ୟଵସ୍ଥା କରିବ. ଯଦିଓ ପ୍ରଭାତ ବାବୁ ସମସ୍ତ ପ୍ରକାର ଆଶ୍ୱାସନା ଦେଇଛନ୍ତି କିନ୍ତୁ ଆଗାମୀ ଦିନରେ ନିର୍ଵାଚନ ହେଲେ କେଉଁ ପାଣି କୁଆଡ଼କୁ ଯିବେ କିଏ କହିପାରିବ ନାଁ ଶୁଭେନ୍ଦୁ ସାମଲଙ୍କୁ ଚେୟାରମ୍ୟାନ କରିପାରିବାର ଶକ୍ତି ଓ ଦଳୀୟ ସାମର୍ଥ୍ୟ ପାଖରେ ରହିବ ନାଁ ସିଧାସଳଖ ସେ ତାଙ୍କୁ ଚେୟାରମ୍ୟାନ କରିପାରିବେ . ଶୁଭେନ୍ଦୁ ସାମଲ ବର୍ତମାନ ଠାରୁ ପ୍ରଭାତ ଙ୍କ ସହିତ ବିଜେପିରେ ନମିଶି ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତି ହେଉଥିବାର ଶୁଣାଯାଉଛି . ପ୍ରଭାତ ବାବୁଙ୍କର ସମସ୍ତ ଆଶ୍ୱାସନା ସତ୍ୱେ ସେ ବିଜେପି ରେ ମିଶିଲେ ତାଙ୍କର ଅବସ୍ଥା ତଦ୍ରୁପ ହେବା ସହିତ ରାଜନୈତିକ କ୍ୟାରିଅର ଶେଷ ହୋଇପାରେ କାରଣ ବିଜେପି କର୍ମୀ ତାଙ୍କୁ ଗ୍ରହଣ କରିନପାରନ୍ତି ଏବଂ ବିଶେଷକରି ନୟନ ମହାନ୍ତି ଶୁଭେନ୍ଦୁ ସାମଲ ଙ୍କୁ କେବେବି କାଉନସିଲର ଟିକେଟ ଦେବେନାହିଁ କି ପାଖରେ ପୁରେଇଦେବେ ନାହିଁ ,କାରଣ ଏହି ଶୁଭେନ୍ଦୁ ସାମଲ ବିଜେଡି ରେ ଯୋଗଦେବା ପୂର୍ବରୁ ନୟନ ମହାନ୍ତିଙ୍କ ଠାରୁ 50 ହଜାର ଟଂକାର ଅର୍ଥୀକ ସହଯୋଗ ପାଇଁ କାଉନ୍ସିଲର ନିର୍ବାଚନ ଲଢ଼ି 10 ନମ୍ବର ୱାର୍ଡରୁ ଜିତିଥିଲେ , ଜିତିବା ପରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ ସେବେ ଠାରୁ ନୟନ ମହାନ୍ତି ଓ ଶୁଭେନ୍ଦୁ ସାମଲଙ୍କର ଅହିଁନକୁଳସମ୍ପର୍କ ରହିଆସିଛି . ତେଣୁ ଶୁଭେନ୍ଦୁ ସାମଲ ଆଗାମୀ ଦିନରେ କଣ ରଣନୀତି ନେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି . କିନ୍ତୁ ଯାହା ସମ୍ଭାବନା ଦେଖାଯାଉଛି ସେ ବିଜେପି ରେ ଯୋଗଦେବା ଛଡା ଅନ୍ୟ ବିକଳ୍ପ ନାହିଁ . ସେହିଭଳି ବିଜେପି କ୍ଷମତାକୁ ଆସିବା ପରେ ନୟନ ମହାନ୍ତି କିଛି ଚଳ ଚଂଚଳ ହୋଇପଡିଛନ୍ତି , କିଭଳି ଭାବରେ ବିଜେଡି ର ଲଗାତାର ଜିତୁଥିବା କାଉନ୍ସିଲର ମାନଙ୍କୁ ପାନେ ଦେଇ ଏଥର ପୌରପାଳିକା ରେ ଅଧିକ କାଉନସିଲର ଜିତେଇ ପାରିଲେ ଏବଂ ବିଜେପି ନେତୃତ୍ୱାଧୀନ କାଉନ୍ସିଲ କରିପାରିଲେ ଆଗାମୀ ଦିନରେ ତାଙ୍କର ବିଦ୍ୟାଙ୍କ ଲଢ଼ିବା ପାଇଁ ଟିକେଟ ସୁରକ୍ଷିତ ରହିବ ସେଭଳି ରଣନୀତି ପ୍ରସ୍ତୁତ କରୁଛନ୍ତି .ଅପରପକ୍ଷରେ ପୂର୍ବତନ ନଗର ବିଜେଡି ସଭାପତି ବିଷ୍ଣୁ ଚରଣ ପରିଡା , ପ୍ରଭାତ ବିଶ୍ୱାଳ ଙ୍କ ନିଲମ୍ବନ ପରେ ବିଜେଡି ରେ ଥିଲେ ଦଳ ତାଙ୍କୁ ଗୁରୁ ଦାୟିତ୍ବ ଦେଇପାରିଥାନ୍ତା . କିନ୍ତୁ କିଛି ଦିନ ତଳେ ଆନୁଷ୍ଠାନିକ ଭାବରେ ସେ ବିଜେପି ରେ ଯୋଗଦେଇଛନ୍ତି ତେଣୁ ଏଭଳି ସ୍ଥିତିରେ ବିଜୁ ଜନତା ଦଳ ଚୌଦ୍ୱାର ରେ ନେତୃତ୍ବ ବିହୀନ ଭାବରେ ଚାଲିବ କିନ୍ତୁ ଅନେକ କାଉନ୍ସିଲର ସେହି ଦଳରେ ରହି ନିର୍ବାଚନ ଲଢ଼ିବେ ବୋଲି ସ୍ଥିର କରିଛନ୍ତି . ଆଗାମୀ ଦିନରେ ଚୌଦ୍ୱାର ବିଜେଡି ର କିଏ ମଙ୍ଗ ଧରିବ ତାହା ଲକ୍ଷେ ଟଙ୍କାର ପ୍ରଶ୍ନ ଏବଂ ଚୌଦ୍ୱାର ବାସୀଙ୍କ ପାଇଁ ସନ୍ଦେହର କୁହେଳିକା ମଧ୍ୟରେ ରହିବ. ନଗର କଂଗ୍ରେସ ଯେଭଳି ପୂର୍ବ ବର୍ଷ ମାନଙ୍କରେ ବିଶେଷ କିଛି ଅଗ୍ରଗତି କରିପାରି ନାହିଁ ଏବେକାର ରାଜନୈତିକ ଗତିବିଧି ରୁ ଯାହା ଜଣାପଡୁଛି ଆଗମୀଦିନରେ କଂଗ୍ରେସ ବେଶୀ କିଛି ରାଜନୈତିକ ଚାଲ ଖେଳିପାରିବା ଭଳି ଲାଗୁ ନାହିଁ , ଯଦିଓ ଏଥର ହରିହର ପରିଡା ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି କିନ୍ତୁ ଦଳର ରଣନୀତି ଆଖିଦୃଶିଆ ନୁହେଁ . ତେଣୁ କଂଗ୍ରେସ ର ବିଶେଷ ଅଗ୍ରଗତି ଜଣାପଡ଼ୁନାହିଁ . ଚୌଦ୍ୱାର ରେ ଏଭଳି ରାଜନୈତିକ ଅସ୍ଥିରତା ଯୋଗୁଁ ପୌରପାଳିକା ଅଂଚଳର ବିକାଶ ଠପ ହୋଇ ପଡିବ ଏବଂ ପୌରପାଳିକା ର ଇଞ୍ଜିନିଅର ଏବଂ ଅନ୍ୟାନ୍ୟ କର୍ମଚାରୀ ମନ ଇଛା କାର୍ଯ୍ୟକରିବେ , ଦୁର୍ନୀତି ବଢିବ , ଫଳରେ ଚୌଦ୍ୱାରବାସି ମୌଳିକ ସୁବିଧାରୁ ବଂଚିତ ହେବା ସହିତ ରାଜନୈତିକ ପଶାପାଲିରେ କେବଳ ହନ୍ତସନ୍ତ ହେବା ସାର ହେବ.