ଭଞ୍ଜନଗର ରଙ୍ଗମଞ୍ଚ ରେ ହାସ୍ୟ ଅଭିନେତା ବ୍ରହ୍ମପୁର ଆନ୍ନା ଙ୍କ ସହ ମାଙ୍କେ, ପ୍ରୀତି ଦର୍ଶକ ଙ୍କୁ ହସାଇଲେ

ଭଞ୍ଜନଗର ୦୭/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଜମୁଛି ଭିଡ଼ । ଗୁରୁବାର ସନ୍ଧ୍ୟାରେ ସହର ସାରା ପ୍ରବଳ ଜନଗହଳି ଦେଖ‌ିବାକୁ ମିଳିଥିଲା। ସ୍ଥାନୀୟ ବିଧାୟକ ମା’ଙ୍କ ମଣ୍ଡପ ନିକଟରେ ପ୍ରସାଦ ସେବନ ଆୟୋଜନ କରିଥିଲେ ସହ ଠାକୁରାଣୀ ଯାତ୍ରା ମହୋତ୍ସବ କବିସମ୍ରାଟ ରଙ୍ଗମଞ୍ଚ ଆଦିରେ ପ୍ରବଳ ଭିଡ ଦେଖ‌ିବାକୁ ମିଳିଥିଲା। କବିସମ୍ରାଟ ରଙ୍ଗମଞ୍ଚରେ ଗଞ୍ଜାମ ପ୍ରସିଦ୍ଧ ଘୁଡୁକି ନାଚ, ଆରଡିଏକ୍ସ ଡେଆନ୍ସ ଗ୍ରୁପ, ଆନ୍ନା ମାଙ୍କେ କମେଡି ପକ୍ଷରୁ ଆକର୍ଷଣୀୟ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହଜାର ହଜାର ଦର୍ଶକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ |
ଯାହାକୁ ଦର୍ଶକମାନେ ମନ୍ତ୍ରମୁଗ୍ଧ ହୋଇ ଦେଖୁଥିଲେ । ଏବଂ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏବଂ ପୌରପରିଷଦର ପୌରପାଳିକା ଗୋପବନ୍ଧୁ ମହାପାତ୍ର ଓ ଯାତ୍ରା କମିଟି ର ସମସ୍ତ କର୍ମ କର୍ତ୍ତା ମାନଙ୍କୁ ସମ୍ଭାର୍ଦ୍ଧନା କରାଯାଇଥିଲା ସମସ୍ତ କର୍ମ କର୍ତ୍ତା କବିସମ୍ରାଟ ରଙ୍ଗମଞ୍ଚରେ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ରହି ଠାକୁରାଣୀ ଯାତ୍ରା ଉପଭୋଗ କରିଥିଲେ | ଓଡ଼ିଶାର କମେଡି କିଙ୍ଗ ଆନ୍ନା ଙ୍କ ସହ ମାଙ୍କେ ଓ ପ୍ରୀତି କବିସମ୍ରାଟ ରଙ୍ଗମଞ୍ଚ ରେ ଦର୍ଶକ ଙ୍କୁ ଅଭିନୟ କରି ହସାଇଲେ।