ଭିଜିଲାନ୍ସ ଓ ଡାଲିଯୋଡ଼ା ବନାଞ୍ଚଳର ମିଳିତ ଚଢାଉ ,ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ୍

ଚୌଦ୍ୱାର (ଶିବବ୍ରତ ଦାସ ): କଟକ ଭିଜିଲାନ୍ସ ଓ ବନ ବିଭାଗ ମିଳିତ ଚଢାଉ କରି କଟକ ବନଖଣ୍ଡ ଟାଙ୍ଗୀ ସଫା ଗ୍ରାମରୁ ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ୍ କରିଛି । ସୂଚନା ମୁତାବକ ଲକ୍ଷାଧିକ ଟଙ୍କାର ଶାଗୁଆନ, ସିରିଷ କାଠ ଗ୍ରାମ ନିକଟରେ ଗଚ୍ଛିତ ଥିବା ଖବର ପାଇ ଆଜି ସକାଳୁ ପ୍ରାୟ ଛଅ ଘଟିକା ସମୟରେ ଚଢାଉ କରାଯାଇଥିଲା । ଘଟଣା ସ୍ଥଳରେ କାଠ ବେପାରୀ ଫେରାର ଥିବା ବେଳେ ବନବିଭାଗ କାଠ ଗୁଡିକୁ ଜବତ୍ କରି ଭଗତପୁର ଵନ କାର୍ଯ୍ୟାଳୟକୁ ଆଣି ଅଧିକ ତଦନ୍ତ କରାଯିବା ବୋଲି ଡାଳିଯୋଡ଼ା ବନାଞ୍ଚଳ ର ରେଞ୍ଜର ସଚ୍ଚିଦାନନ୍ଦ ସୁବୁଦ୍ଧି ମତ ପ୍ରକାଶ କରିଛନ୍ତି l ଆଜିର ଏହି ଚଢ଼ାଉ ରେ କଟକ ଭିଜିଲାନ୍ସ ଏସିଏଫଓ ବବିତା ସୋରେନ , ବାଲାଇ ମୁର୍ମୁ, ଡାଲିଯୋଡ଼ା ରେଞ୍ଜର ସଚ୍ଚିଦାନନ୍ଦ ସୁବୁଦ୍ଧି, ଟାଙ୍ଗୀ ବିଟ ର ବନପାଳ ଲଷ୍ମୀଧର ନାୟକ ଙ୍କ ସମେତ ସ୍ପେଶାଲ ଟିମ ସାମିଲ ହୋଇଥିଲେ l