
ଭଞ୍ଜନଗର, ୦୯/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସିଭିଲ୍ କୋର୍ଟ ପ୍ରାଙ୍ଗଣରେ ଆଜି ଦ୍ୱିତୀୟ ଜାତୀୟ ଲୋକ ଅଦାଲତ-୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। , ଭଞ୍ଜନଗରର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଅଧ୍ୟକ୍ଷ, ତାଲୁକ ଆଇନ ସେବା ସମିତି ଶେଖ ମହମ୍ମଦ କଏସ ଙ୍କ ନେତୃତ୍ୱରେ ଏହି ଲୋକ ଅଦାଲତ ଆୟୋଜିତ ହୋଇଥିଲା।
ଏହି ଲୋକ ଅଦାଲତରେ ମୋଟ ୪୧୯ଟି ମାମଲା ଗ୍ରହଣ କରାଯାଇଥିବା ବେଳେ ସେଥିରୁ ୧୯୮ଟି ମାମଲାର ସମାଧାନ ହୋଇଥିଲା। ସମାଧାନ ହୋଇଥିବା ମାମଲାଗୁଡ଼ିକ ମାଧ୍ୟମରେ ମୋଟ ରୁ. ୩୭,୮୦,୯୧୫/- ଟଙ୍କା ଆଦାୟ ହୋଇଥିଲା।
ସମାଧାନ ହୋଇଥିବା ମାମଲାମାନଙ୍କ ମଧ୍ୟରେ ବ୍ୟାଙ୍କ ଋଣ ପୁନରୁଦ୍ଧାର ମାମଲାରୁ ରୁ. ୪,୫୫,୦୧୫/- ଓ ମୋଟର ଦୁର୍ଘଟଣା ଦାବି (MACT) ମାମଲାରୁ ରୁ. ୩୧, ୮୦,୦୦୦/- ଟଙ୍କା ଆଦାୟ ହୋଇଥିଲା। ଏହା ସହିତ ମୋଟର ଯାନ ଆଇନ ଅନୁସାରେ ଟ୍ରାଫିକ୍ ଚାଲାଣ ମାମଲାରୁ ରୁ. ୧,୪୫,୯୦୦/- ଟଙ୍କା ଆଦାୟ ହୋଇଥିଲା।
ବ୍ୟାଙ୍କ ରିକଭରି କେସ ୪ ଟି, ମୋଟର ଦୁର୍ଘଟଣା ଜନିତ କେସ୍ 4 ଟି, ଟ୍ରାଫିକ ଚାଲଣ କେସ ୩୮ ଟି, ବୈବାହିକ ବିବାଦ କେସ ୧, ସିଭିଲ କେସ ୩ ଟି, ଅନ୍ୟାନ୍ୟ କ୍ରିମିନାଲ କେସ୍ ୧୫୧ ଟି
ସମାଧାନ କରାଯାଇଥିଲା।
ଲୋକ ଅଦାଲତରେ ସିନିୟର ସିଭିଲ ଜଜ ଦେବାଶିଷ ବିଶୋୟୀ, ଏସ୍ ଡି ଜେ ଏମ୍ ସୌମ୍ୟ ରଞ୍ଜନ ପୃଷ୍ଟି, ଜେ ଏମ୍ ଏଫ୍ ସି ଭିୟନା ନାୟକ ବିଚାରପତିମାନେ, ଲୋକ ଅଦାଲତ ବେଞ୍ଚ ସଦସ୍ୟ ଡ. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଆଇନଜୀବୀ ରମେଶ ପଣ୍ଡା, ଆଇନ୍ ସେବା ସଦସ୍ୟl ଅଳକା ମଞ୍ଜରି ପଟ୍ଟନାୟକ, ଭଞ୍ଜନଗର ବାର ଆସୋସିଏସନ ସଭାପତି ସନ୍ତୋଷ କୁମାର ନାୟକ ଏବଂ ମାମଲାର ପକ୍ଷକାରମାନେ ସକ୍ରିୟ ଭାବେ ଯୋଗଦେଇଥିଲେ। ଆଇନୀଜୀବୀ ସନ୍ତୋଷ ତିଆଡ଼ି, ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ସୁଧୀର ରଞ୍ଜନ ମହାପାତ୍ର, ଦେବୀ ପ୍ରସାଦ ତ୍ରିପାଠୀ, ଲକ୍ଷ୍ମୀକାନ୍ତ ମହାପାତ୍ର, ତାଲୁକ ଆଇନ ସେବା ସମିତି ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତଙ୍କ ସହଯୋଗକୁ ସ୍ୱାଗତ ଜଣାଯାଇଛି।
ଲୋକ ଅଦାଲତ ମାଧ୍ୟମରେ ଦୀର୍ଘଦିନ ଧରି ଅପେକ୍ଷାରତ ମାମଲାଗୁଡ଼ିକର ଶୀଘ୍ର, ସହଜ ଓ ଅଳ୍ପ ଖର୍ଚ୍ଚରେ ସମାଧାନ ହେବା ସହିତ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଥିବାରୁ ସାଧାରଣ ଲୋକମାନେ ଖୁସି ପ୍ରକାଶ କରିଛନ୍ତି।